ଓଡିଶା ତାଜା ନ୍ୟୁଜ୍ (୧୪ ଜୁଲାଇ ୨୦୨୦ ମଙ୍ଗଳବାର ) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – କୋଭିଡ୍ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏକ ନୂତନ ଶିଖରରେ ପହଞ୍ଚିଛି । ଆଜି ଓଡ଼ିଶାରେ ରେକର୍ଡ ସଂଖ୍ୟକ ୬୦୯ ଜଣ କୋଭିଡ୍ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୪୭,୨୨୬ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୪,୨୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୯,୮୬୪ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୭୪ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪,୩୨୦ ରହିଛି । ୪,୯୨୯ ଜଣ ହସ୍ପିଟାଲ ଆଇସୋଲେସନ୍ରେ ରହିଛନ୍ତି ।