ରଣପୁର ରାଜନୀତିରେ ବିଜେଡ଼ି ଦଳରେ ନେତା ନେତା ଙ୍କ ମଧ୍ୟରେ ହେଉଥିବା ଟଣା ଓଟରା ଓ ଦଳୀୟ ଫାଟ କୁ ଦେଖି ସୁରମା ଏହାର ଫାଇଦା ନେବା ପାଇଁ ଆଗଭର ହୋଇଛନ୍ତି ।

ନିର୍ବାଚନ ପାଇଁ ବିଜେପି ସକ୍ରିୟ ଥିବା ବେଳେ : ନିଷ୍କ୍ରିୟ ହୋଇ ରହିଛି ବିଜେଡ଼ି ।

୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ଏବେ ବିଜେପି ନିର୍ବାଚନ ମୁହାଁ ହୋଇଛି । ଏବେ ଠାରୁ ରଣପୁର ବ୍ଲକର ସବୁ ପଂଚାୟତରେ ବିଜେପି ସଙ୍ଗଠନ ଦୃଢ଼ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ୨୦୦୦ ମସିହା ନିର୍ବାଚନରେ ସୁରମା ପାଢ଼ୀ ରଣପୁର ରୁ ବିଜେପି ପ୍ରାର୍ଥୀ ରମାକାନ୍ତ ମିଶ୍ର ଙ୍କ ଠାରୁ ହାରିଯାଇଥିଲା । ଏହାପରେ ସେ ରଣପୁରରେ ସଙ୍ଗଠନ ଜାରି ରଖିଲେ ।
୨୦୦୪ ମସିହାରେ ବିଜେପି ରୁ ପ୍ରାର୍ଥୀ ହୋଇ ବିଜୟୀ ହେଲେ । ଆଉ ନବୀନ ପଟ୍ଟନାୟକ ସରକାରରେ ସମବାୟ ମନ୍ତ୍ରୀ ମଧ୍ୟ ହୋଇଥିଲେ । ପରେ ୨୦୦୯ ନିର୍ବାଚନ ରେ ସୁରମା ବିଜେପି ରୁ ପ୍ରାର୍ଥୀ ହୋଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ର ସତ୍ୟନାରାୟଣ ପ୍ରଧାନ ଙ୍କ ଠାରୁ ହାରିଲେ । ଏବେ ସୁରମା ବିଜେପି ର କେନ୍ଦ୍ର ରାଜନୀତିରେ ସାମିଲ ହୋଇଛନ୍ତି ।
କିନ୍ତୁ ନିର୍ବାଚନମଣ୍ଡଳୀ କୁ ବିଜେପି ର ଗଡ କରିବା କୁ ସଦାସର୍ବଦା ଉଦ୍ୟମ ଜାରି ରଖିଥିବା ସୁରମା ରଣପୁର ରେ ଏକ ରୁଦ୍ଧ ଦ୍ଵାର ବୈଠକ ଡକାଇ ନିର୍ବାଚନ ପାଇଁ ଗୁରୁ ମନ୍ତ୍ରଣା ଦେଉଥିବା ଜଣାପଡିଛି । ତେବେ ସୁରମା ଙ୍କୁ କଡ଼ା ଟକ୍କର ଦେଇ ଆସିଛନ୍ତି ବିଜେଡି ନେତା ତଥା ବିଧାୟକ ସତ୍ୟ ନାରାୟଣ ପ୍ରଧାନ । ରଣପୁର ରେ ଦୁଇ ଦୁଇ ଥର ବିଧାୟକ ହୋଇ ରଣପୁର ବାସୀ ଙ୍କୁ ବେଶ୍ ହୃଦୟଙ୍ଗମ କରିଛନ୍ତି ସତ୍ୟନାରାୟଣ ।

ତେବେ ଗତ ପଞ୍ଚାୟତ ନିର୍ବାଚନ ରେ ଧୀରେ ଧୀରେ ସୁରମା ସକ୍ରିୟ ହେଉଥିବା ଦେଖିବାକୁ ମିଳିଥିଲା । ଯାହା ଦେଖିବାକୁ ମିଳିଥିଲା ଗୋପାଳପୁର ଜୋନ ଓ ଗୋଡ଼ିପଡା ଜୋନରୁ ଏପରିକି ବ୍ଲକ୍ ଚେୟାରମ୍ୟାନ ପଦବୀ ହାତକୁ ନେବା ପରେ ସୁରମା ଙ୍କ ମନରେ ଏକ ନୂତନ ଆଶା ଆଣିଦେଇଛି । ଅନ୍ୟ ପଟେ ବିଜେଡ଼ି ଦଳରେ ନେତା ନେତା ଙ୍କ ମଧ୍ୟରେ ହେଉଥିବା ଟଣା ଓଟରା ଓ ଦଳୀୟ ଫାଟ କୁ ଦେଖି ସୁରମା ଏହାର ଫାଇଦା ନେବା ପାଇଁ ଆଗଭର ହୋଇଛନ୍ତି ।
ତେବେ ବିଜେଡ଼ି କୁ ଟକ୍କର ଦେଇ ଆସନ୍ତା ନିର୍ବାଚନ ରେ ବିଜୟୀ ହେବା ପାଇଁ ସୁରମା ଆରମ୍ଭ କରିଛନ୍ତି ନିର୍ବାଚନୀ କୌଶଳ । ସମସ୍ତ ଜୋନ ର ସବୁ ପଂଚାୟତରେ ବିଜେପି କର୍ମୀ ଯେପରି ଲୋକଙ୍କ ପାଖରେ ଗ୍ରହଣୀୟ ହେବେ ସେ କାର୍ଯ୍ୟକ୍ରମ କୁ ନିଜ ହାତକୁ ନେଇଛନ୍ତି ସୁରମା । ବେଶ୍ ପୁର୍ବରୁ ହାଣ୍ଡିଶାଳ ରୁ ଭୋଟ ନେବା ତାଙ୍କ କୌଶଳ ରହିଛି ।
ପୁରୁଷ ଙ୍କୁ ଛାଡ଼ିଦେଲେ ମହିଳା ମାନଙ୍କ ଭୋଟ ଯେପରି ତାଙ୍କ ଆଡ଼କୁ ଢଳିବ ସେ ଦିଗରେ ବେଶ୍ ଉଦ୍ୟମ ଚଳାନ୍ତି ସୁରମା । ତେବେ ରଣପୁର ରାଜନୀତିରେ ବିଜେଡ଼ି ଚେର ବହୁ ଶକ୍ତ ରହିଥିବା ବେଳେ ବିଜେଡ଼ିର ଗୋଛି କାଟିବା ପାଇଁ ସୁରମା କେଉଁ ଅସ୍ତ୍ର ର ପ୍ରୟୋଗ କରୁଛନ୍ତି ଦେଖିବାକୁ ବାକି ରହିଲା ।














