ସ୍ବାଧୀନତା ସଂଗ୍ରାମୀ ଧରତି ଆଵା ବିର୍ସା ମୁଣ୍ଡାଙ୍କ ୧୫ନବମ୍ବର ୨୩ରେ ୧୪୮ତମ ଜନ୍ମ ଜୟନ୍ତୀ ପାଳିତ

୧୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :->  ରାଇରଙ୍ଗପୁର ଠାରେ ବୀର ବୀର୍ସା ମୁଣ୍ଡାଙ୍କର 15-ନବଵମ୍ବର-1875ର ଜନ୍ମ ଜୟନ୍ତୀ ଆଜି-148-ତମ ଜୟନ୍ତୀ “ଆଦିବାସୀ ଗୌରବ ଦିବସ” ଉପଲକ୍ଷେ ବିର୍ସା ମୁଣ୍ଡା ଛକ ରାଇରଙ୍ଗପୁର ଠାରେ ପ୍ରହ୍ଲାଦ ପୂର୍ତ୍ତି ପୂର୍ବତନ ବିଧାୟକ ଙ୍କର ସଭାପତିତ୍ବରେ ବିର୍ସା ମୁଣ୍ଡା ସ୍ମୃତି କମିଟି,ରାଇରଙ୍ଗପୁର ତରପରୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିଲା ।

ଏହି ଅବସରରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ “ଆଦିବାସୀ ଗୌରବ ଦିବସ” ଭାବରେ ଘୋଷଣା ଓ ନିଜେ ପ୍ରଧାନମନ୍ତ୍ରୀ ଭାବେ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ କୁ “ଆଦିବାସୀ ଗୌରବ ଦିବସ”ଭାବରେ ପାଳନ କରିଥିବାରୁ ଓ ତାଙ୍କର ଜନ୍ମ ମାଟି “ଉଲିହାତୁ ଗ୍ରାମରେ ଉପସ୍ଥିତ ହୋଇ ଆଦିବାସୀ ମାନଙ୍କର ବିକାଶ ପାଇଁ 64,0000/-କୋଟି ଟଙ୍କାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି, ଏହା ପାଇଁ ଆମ୍ବେମାନେ ସମସ୍ତେ ମୋଦିଙ୍କ ହ୍ରଦଯରୁ ଧନ୍ୟବାଦ ଓ ସାଧିବାଦ ଜଣାଉଛି ।

ଆଗାମୀ ଦିନରେ ଆଦିବାସୀ ଙ୍କର ସମ୍ବିଧାନିକ ଅଧିକାର କୁ ସୁରକ୍ଷା ପାଇଁ ନିବେଦନ କରୁଛୁ । 
ଆଜିକାର ବିର୍ସା ଜୟନ୍ତୀ ଉପଲକ୍ଷେ ପୂର୍ବତନ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ଜଗନ୍ନାଥ ମାଝୀ, ପୂର୍ବତନ ଜେଲର ଶ୍ରୀ ମୋଚିରାମ ମାଝୀ, ଶ୍ରୀ ଚୁନିୟାନ ରଘୁନ ମୁର୍ମୁ (ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବଡ଼ ନାତି ) ଅନିଲ କୁମାର ଵିରୁଆ, ଟିକୁନ ଜେରାଇ ଆଇନଜୀବୀ, ଲମ୍ବୋଦର ବାନରା, ଶ୍ୟାମ ଚରଣ ସିଂହ, ଭୀମସେନ ସିଦ୍ଧୁ ମେଘନାଦ ହେମ୍ବ୍ରମ, ଓ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସରେ “ଆଦିବାସୀ ଗୌରବ ଦିବସ” ରୁପେ ଜୟନ୍ତୀ ପାଳନ କରାଯାଇଥିଲା ।

ଏହି ବିର୍ସା ମୁଣ୍ଡା ଛକ ବିଗତ 1997ମସିହାରେ ବର୍ତ୍ତମାନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କ ପ୍ରଥମ ଓ୍ବାର୍ଡ କାଓନ୍ସଲର ଓ ବିଞ୍ଗାପିତ ଅଞ୍ଚଳର ଉପାଧ୍ୟକ୍ଷ ଥିବା ବେଳେ ସ୍ବର୍ଗତ ଅଟଲ ବିହାରୀ ବାଜପେୟୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସହରରେ ଭାରତ ବର୍ଷର ମହାପୁରୁଷଙ୍କ ନାମରେ ନାମିତ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଏହି ଅବସରରେ ରାଇରଙ୍ଗପୁର ଅଞ୍ଚଳ ପରିଷଦ ବୈଠକରେ ଆଲୋଚନା କରି ଷ୍ଟେସନ ବାଜାର ଛକଟିକୁ ଧରତୀ ଆବା ବୀର ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିଥିଲେ,

କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୂର୍ଣ୍ଣ ଭାରତବର୍ଷରେ ତାଙ୍କର ଜନ୍ମ ଜୟନ୍ତୀ କଙ “ଜନଜାତିୟ ଗୌରବ ଦିବସ ଭାବରେ ପାଳନ କରାଯାଉଥିବା ସତ୍ତ୍ବେ ଏହାକୁ ଅଣଦେଖା କରୁଥିବାରୁ ସ୍ଥାନୀୟ ଆଦିବାସୀ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କୁ ଆଶା ଓ ବିଶ୍ବାସ ରହିଛି କି ଆଗାମୀ ଦିନରେ ରାଷ୍ଟ୍ରପତି ମହୋଦୟଙ୍କୁ ପାଖରେ ନିଶ୍ଚିତ ଭାବରେ

ଏହି ଜନନାୟକଙ୍କ ପ୍ରତିମୂର୍ତ୍ତି ରାଇରଙ୍ଗପୁର ବିର୍ସା ମୁଣ୍ଡା ଛକଠାରେ ସ୍ଥାପିତ କରାଯିବ,ଓ ରାଷ୍ଟ୍ରପତି ଭାବରେ ପ୍ରତିମୂର୍ତ୍ତି ଉଦଘାଟିତ ହେବ ଏବଂ ଏହି ବିଷୟରେ ନିଶ୍ଚିତ ଭାବରେ ମହାମହିମଙ୍କ ରାଇରଙ୍ଗପୁର ଗସ୍ତରେ ଆସୁଥିବାରୁ ତାଙ୍କ ଦୃଷ୍ଟୀଗୋଚରେ ଅଣାଯିବ,ଏବଂ ଅଞ୍ଚଳର ଆଦିବାସୀ ମାନେ ଆଶା ଓ ଭରଷା ରଖିଛନ୍ତି ।