ରାଇରଙ୍ଗପୁର କଲ୍ଯାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ

୧୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ୭୦ ତମ ସର୍ବଭାରତୀୟ ସମବାୟ ଦିବସ ସାରା ଦେଶରେ ପାଳନ କରାଯାଉଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ବା ମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ପିସିଏମ ଭବନ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ସମବାୟ ସପ୍ତାହ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ସମବାୟ ସଂଘ ସଭାପତି ପ୍ରଦୀପ ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ଜିଲ୍ଲା କୃଷି ଅଧିକାରୀ କିଶନ ମୁର୍ମୁ,କୋଅପେରେଟିଭ ଵୋର୍ଡ ଅଫ ଡାଇରେକ୍ଟର ଈଶାନ ମିଶ୍ର, ରାଇରଙ୍ଗପୁର ବ୍ଳକ କୃଷି ଅଧିକାରୀ ପ୍ରଦୀପ ଦାସ, ସହକାରୀ କୃଷି ଅଧିକାରୀଣୀ ଧରିତ୍ରୀ ଟୁଡୁ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସାରଙ୍ଗ ଧରି ବେହେରା, ପୂର୍ବତନ ସମବାୟ ଘର ସଭାପତି ଦେଵୀଦତ୍ତ ଦାସ ପ୍ରମୁଖ ଯୋଗ ଦେଇ ଓଡିଶା ସମ୍ବାଦର ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରିଥିଲେ ।

କୃଷକ ଯେଉଁଠି ସମବାୟ ସେଇଠି ।କୃଷିର ଉନ୍ନତି ପାଇଁ ସମବାୟ ଖୁଣ୍ଟ ଭଳି ଛିଡା ହୋଇ ରହିଛି ।କୃଷକର ୭୦ ଭାଗ ସମସ୍ୟା ସମବାୟ ବିଭାଗ ଦୂର କରୁଛି ।ରାଜ୍ଯ ଓ କେନ୍ଦ୍ର ସରକାର କୃଷକଙ୍କୁ ସଶକ୍ତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ମୁଖ୍ୟ ଅତିଥି ଉପଜିଲ୍ଲାପାଳ କହିଥିଲେ ଗ୍ରାମୀଣ ଅର୍ଥନୀତି ବିକାଶରେ ସମବାୟ ଅନୁଷ୍ଠାନ ସକ୍ରିୟ ଭୂମିକା ଗ୍ରହଣ କରିଥାଏ ।

ସେ ମଧ୍ଯ କହିଥିଲେ ସମସ୍ତ ଚାଷୀ ଏକଜୁଟ ହୋଇ ସମଵାୟ ଅଫିସରେ ପଂଜିକରଣ କରି ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ଆର୍ଥିକ ସ୍ବାବଲମ୍ବୀ ହୁଅନ୍ତୁ ।ସମବାୟ ମାଧ୍ୟମରେ ଚାଷୀ, ବୁଣାକାର,ଦୁଗ୍ଧ ଉତ୍ପାଦନକାରୀ, ମତ୍ସ୍ୟଜୀବୀ, ମହିଳା ଓ ଜନଜାତିଙ୍କ ସମୂହଙ୍କ ନିରନ୍ତର ଆୟବୃଦ୍ଧି,କୃଷି ଋଣ ପ୍ରଦାନ,, ଚାଷୀଙ୍କୁ ମାଗଣା ଫସଲ ବୀମା,ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଧାନ କ୍ରୟ, ରାସାୟନିକ ଓ ଜୈଵିକସାର ଓ ପ୍ରାମାଣିକ ବିହନ ବଣ୍ଟନ ମଧ୍ୟ ଏହା ଦ୍ଵାରା ହୋଇଥାଏ ବୋଲି କହିଥିଲେ ।

କୋଅପେରେଟିଭ ଡାଇରେକ୍ଟର ଇଶାନ ମିଶ୍ର ଵଆମନଘଆଟଈ ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲିବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ ।ପରେ ସମବାୟ ଦିବସ ଉପଲକ୍ଷେ ହାଇସ୍କୁଲ ଏବଂ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।ପରେ ବାମନଘାଟୀ ଉପଖଣ୍ଡର ୪ ଜଣ ବିଶିଷ୍ଟ ଚାଷୀଙ୍କୁ ଅତିଥିଗଣ ଉତ୍ତରୀୟ ଦେଇ ପୁରସ୍କୃତ କରିଥିଲେ ।

ଶେଷରେ ବାମନଘାଟୀ ସମବାୟ ବିଭାଗର ଏସ ଆରସି ସୀମା ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଚାଳନାରେ ଏଆରସିସି ରାମଚନ୍ଦ୍ର ଵିଶ୍ବାଳ, ରାଇରଙ୍ଗପୁର ଲ୍ଯାମ୍ପ ଏମଡି ଲୋପାମୁଦ୍ରା ମହାନ୍ତ, ଆରଏମସିର ଦୀନେଶ ବେହେରା, ଆଶୁତୋଷ ମହାନ୍ତ,ସଂଜୀତ ବାରିକ,କୃଷ୍ନ ମହାନ୍ତ, ଇନ୍ଦ୍ରଜିତ ବାରିକ,ଵିଶ୍ବକଳ୍ପିତା ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।