• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି

Proprietor Abhimanyu Maharana by Proprietor Abhimanyu Maharana
November 16, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଭାରତର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି
Share on FacebookShare on TwitterWhatsapp

ଉତ୍କଳ ଭାରତୀ ତରଫରୁ ଦିଲ୍ଲୀରେ ସ୍ମୃତି ସଭା

୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :-> ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କ ପ୍ରତି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଶ୍ରୀ ନୀଳାଚଳ ସେବାସଂଘର ସହଯୋଗ ରେ ମାସିକ ଇଂରାଜୀ ପତ୍ରିକା ଉତ୍କଳ ଭାରତୀ ତରଫରୁ ଆୟୋଜିତ ଏକ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିବାର ଦେଖାଯାଇଥିଲା । ବାର ବର୍ଷର ବାଳୁତ ବାଜି ରାଉତଙ୍କୁ ଫିରଙ୍ଗୀ ଗୁଳି ଦ୍ଵାରା ମର୍ମନ୍ତୁଦ ହତ୍ୟାର ଲୋମହର୍ଷଣକାରୀ ଉପାଖ୍ୟାନ କୁ ସ୍ମରଣ କରି ବରେଣ୍ୟ ବକ୍ତା ମାନେ ତାଙ୍କର ଶ୍ରେଷ୍ଠ ତ୍ୟାଗ,

ଦୁର୍ଦ୍ଧଷ ବୀରତ୍ବ ଏବଂ ଅନନ୍ୟ ଦେଶପ୍ରେମ ର ଗୁଣ ଗାନ କରିଥିଲେ। ଆଜିର ଯୁବସମାଜ ସ୍ବର୍ଗତଃ ବାଜି ଙ୍କର ଆଦର୍ଶ ଜୀବନ ଦର୍ଶନ ରୁ ପ୍ରେରଣା ଲାଭ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ମୁଖ୍ୟ ଆୟୋଜକ ଏବଂ କାର୍ଯ୍ୟକ୍ରମ ର ଆବାହକ ଉତ୍କଳ ଭାରତୀ ର ସମ୍ପାଦକ ଡଃ ନିର୍ମଳ ପଟ୍ଟନାୟକ, ଜାତୀୟ ସ୍ତରରେ ବାଜି ରାଉତ ଙ୍କର ଏକ ଭବ୍ୟ ସ୍ମୃତିପୀଠ ନିର୍ମାଣ କରାଯିବା ଉଦ୍ଦେଶ୍ୟରେ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ସଚେତନ ନାଗରିକ ମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ଉଲ୍ଲେଖନୀୟ ସମାଜ ସେବା ସକାଶେ ନୂଆଦିଲ୍ଲୀ ର ପୂର୍ବତନ ମୁଖ୍ୟ ଅଗ୍ନିଶମ ଅଧୀକାରୀ ଡଃ ଧରମ ପାଲ ଭରଦ୍ୱାଜ ଏବଂ ଦିଲ୍ଲୀ ପୁଲିସର ଏ. ସି. ପି ଦୀନେଶ କୁମାର ଙ୍କୁ ୨୦୨୩ ମସିହା ପାଇଁ ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଥିଲା। ଉଭୟ ଡଃ ଭରଦ୍ୱାଜ ଓ ଶ୍ରୀ କୁମାର ସମ୍ମାନ ସ୍ୱୀକାର କରି ସେମାନଙ୍କର ପେଷାଗତ ଉତ୍ତର ଦାୟିତ୍ୱ କୁ ନିର୍ବାହ କରିବା କାଳରେ ନିଜର ଜୀବନକୁ ବାଜି ଲଗାଇ ଥିବାର ଭୟଙ୍କର ଅନୁଭୂତି ଗୁଡ଼ିକୁ ବର୍ଣ୍ଣନା କରିଥିଲେ। ଦେଶ ଗଠନ ଓ ସମାଜ ର କଲ୍ୟାଣ ପାଇଁ ଉପସ୍ଥିତ ଜନସାଧାରଣ ଯତ୍ କିଞ୍ଚିତ ସମ୍ଭବ ରାଶି ପ୍ରତ୍ୟହ ଦାନ କରିବାକୁ ସେମାନେ ନିବେଦନ କରିଥିଲେ।

ବାଜି ରାଉତ ଙ୍କୁ ଜାତୀୟ ଗୌରବ ଆଖ୍ୟା ଦେଇ ଏନ.ସି.ଇ.ଆର.ଟି ର ସଂଯୁକ୍ତ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା, ବର୍ତ୍ତମାନ ପିଢ଼ୀ ତାଙ୍କର ଦୃଢ଼ ଦେଶାତ୍ମବୋଧ ଆଭିମୁଖ୍ୟ ଏବଂ ମାତୃଭୂମି ପ୍ରତି ପ୍ରଗାଢ଼ ମମତା ଦ୍ଵାରା ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ଦିଲ୍ଲୀ କମ୍ପ୍ୟୁଟର ବେପାରୀ ସଂଘର ସଭାପତି ମହିନ୍ଦର ଅଗ୍ରୱାଲ, ସମାଜ ର ମଙ୍ଗଳ ପାଇଁ ସକରାତ୍ମକ ଯୋଗଦାନ ପ୍ରଦାନ କରାଯିବା, ବାଜି ରାଉତ ଙ୍କ ପ୍ରତି ସଚ୍ଚା ଶ୍ରଦ୍ଧାଞ୍ଜଳି ହେବ ବୋଲି ଦର୍ଶାଇଥିଲେ।

କଳିଙ୍ଗ ଶିକ୍ଷା ସମାଜର କୋଷାଧ୍ୟକ୍ଷ ଗଦାଧର ପ୍ରଧାନ ରାଜଧାନୀ ଦିଲ୍ଲୀ ର କୌଣସି ଏକ ରାସ୍ତା କିମ୍ବା ଅଟ୍ଟାଳିକା କୁ ବାଜି ରାଉତଙ୍କର ନାମରେ ନାମିତ କରିବାକୁ ପ୍ରସ୍ତାବ ଆଗତ କରିଥିଲେ।ସ୍ବର୍ଗତଃ ବାଜି ରାଉତ ଙ୍କ ଦ୍ଵାରା ଅନୁସୃତ ନୀତି ର ଆଜିବି ପ୍ରାସଙ୍ଗିକତା ରହିଥିବା ଏସିଆ ପ୍ରାସିଫିକ ୟୁନିଭର୍ସ ର ମିସେସ କୁଇନ୍ ଉପାଧୀ ବିଜେତା ସୁରଂଜିତା ରଣା, ଲକ୍ଷ୍ନୌ ସ୍ଥିତ ଆଇ.ଆଇ.ଏମ ର ପ୍ରଫେସର ସତ୍ୟଭୂଷଣ ଦାଶ ଏବଂ ବିଜୟନୀ ପ୍ରତିଷ୍ଠାନର ପ୍ରତିଷ୍ଠାତ୍ରୀ ରୀତା ପାତ୍ର, ସେମାନଙ୍କର ବକ୍ତବ୍ୟ ରେ ପ୍ରକାଶ କରିଥିଲେ।

ବୈଠକରେ ଅର୍ଚ୍ଚନା ପରିଡ଼ା ଓ ଡଃ ଡ଼ିମ୍ପଲ ଗୋଏଲ କବିତା ଆବୃତ୍ତି କରି ବାଜିଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପ୍ରସିଦ୍ଧ ପରିବେଶବିତ୍ ପ୍ରବୋଧ ଚନ୍ଦେଲଙ୍କ ଦ୍ଵାରା ପ୍ରତିଷ୍ଠିତ ବୃକ୍ଷ ପଂଚାୟତ ର ସ୍ମରଣିକା କୁ ଅତିଥୀମାନେ ଉନ୍ମୋଚନ କରିଥିଲେ। ଉତ୍କଳ ଭାରତୀ ର କଳା ସମ୍ପାଦିକା ଅଳ୍ପନା ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଞ୍ଚାଳନା କରିଥିଲେ। ସାତ ବର୍ଷ ର ଛାତ୍ରୀ ମିମାଂଶା ପଟ୍ଟନାୟକ ଙ୍କର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଅଧିବେଶନ ର ଶୁଭାରମ୍ଭ ହୋଇଥିଲା।

ସମଗ୍ର ଆୟୋଜନ କୁ ସଫଳତା ସହିତ ପରିଚାଳନା କରିବାରେ ଡଃ ନିର୍ମଳ ପଟ୍ଟନାୟକ ଙ୍କୁ ଉତ୍ତମ କୁମାର ଦେଓ ଏବଂ ମଧୁସ୍ମିତା ପଟ୍ଟନାୟକ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ବିନାୟକ ଦାସ, ଦେବରାଜ ମହାନ୍ତି, ସଂଜୀବ ମହାନ୍ତି, ସଞ୍ଜୟ ଅଗ୍ରୱାଲ, ଡଃ ବିଷ୍ଣୁ ଶତପଥି, ଡଃ ପ୍ରଦ୍ୟୁମ୍ନ ସେଠି, ଡଃ ନମିତା ମିଶ୍ର, ଡଃ ନମିତା ସ୍ୱାଇଁ, ଡଃ କ୍ରୀଷ୍ଣା ଦତ୍ତ, ଡଃ ସର୍ବେଶ୍ୱର ପ୍ରଧାନ, ଡଃ ଗତିକୃଷ୍ଣ ମହନ୍ତ, ଡଃ ପ୍ରିୟମ୍ବଦା ପତ୍ରୀ , ଡଃ ସ୍ଵାଗତ ରାଉତ, ଡଃ ବସନ୍ତ ଦାସ, ଡଃ ସରୋଜିନୀ ଏକ୍କା, ଡଃ ନରେଶ ମଲ୍ଲିକ, ଡଃ ଆନ୍ନି ରାୟ, ଡଃ ଗିରିଧାରୀ ପାଲ,ଡଃ ଦୀପକ ଲାଲ କୁଜୁର ଓ ଡଃ ପୁନମ ଚନ୍ଦ୍ରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

August 2, 2026
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

August 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version