ବଡାମତଳିଆ ଲ୍ଯାମ୍ପରେ ଠାରେ ୭୦ ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ

 ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :->  ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ବଡାମତଳିଆ ଲ୍ଯାମ୍ପ ଆନୁକୁଲ୍ୟରେ ୭୦ ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ଅବସରରେ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପ ସଭାପତି ଚକ୍ରଧର ମାଝୀ, ପରିଚାଳନା ନିର୍ଦ୍ଦେଶକ ତାପସ ରଂଜନ ବାରିକ,ଲ୍ଯାମ୍ପ ବୋର୍ଡ ର ସଭ୍ୟ ସୋମନାଥ ବାରିକ,ସୁଧିର ମୁର୍ମୁ,କିଶୋର ମୋହନ ମୁର୍ମୁ,ଛାୟା ସିଂ ମୁଣ୍ଡା, ଅଗ୍ରଣୀ ଚାଷୀ ମଳୟ ରାଜ,

ରବୀନ୍ଦ୍ର ନାଥ ଧୀର,ପୁରେନ୍ଦ୍ର ବୈଠା,ଜଗଦୀପ ରାଜ, ଵରିଷ୍ଠ ସାମ୍ବାଦିକ ଯୁଧିଷ୍ଠିର ପରିଡା ପ୍ରମୁଖ ଯୋଗ ଦେଇ ସମବାୟ ପତକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ ।ଚାଷୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମବାୟ ବିଭାଗ ସବୁବେଳେ କାର୍ଯ୍ୟ କରି ଆସୁଛି ।ଚାଷୀ ଓ ସମବାୟ ବିଭାଗ ଓତୋଃପୋତଃ ଭାବେ ଜଡ଼ିତ ।

ସମବାୟ ଦୁଆର ଚାଷୀଙ୍କ ପାଇଁ ସବୁବେଳେ ଖୋଲା । ସେମାନେ ଆସି ସରକାରଙ୍କ ଯୋଜନା ବିଷୟରେ ଅବଗତ ହୋଇ ନିଜକୁ କିଭଳି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବେ ସେଥିପାଇଁ ଚେଷ୍ଟା କରିବା ଉଚିତ ବୋଲି ଲ୍ଯାମ୍ପ ସଭାପତି ଚକ୍ରଧର ମାଝୀ କହିଥିଲେ । ସାରା ଓଡ଼ିଶାରେ ସମବାୟ ସପ୍ତାହ ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । କାର୍ଯ୍ୟକ୍ରମ ପରିଚାଳନାରେ ଗଗନ ବିହାରୀ ସିଂ,ରଜତ କୁମାର ମହାନ୍ତ, ସୁରେନ୍ଦ୍ର ପାତ୍ର ସହଯୋଗ କରିଥିଲେ.