ଟ୍ରଷ୍ଟୀ ହେଲା ରାଇରଙ୍ଗପୁର ଛଠ ପୂଜା କମିଟି

 ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ଖଡଖାଇ ଛୋଟ ପୂଜାକମିଟୀ ଆଜକୁ ଦିର୍ଘ 30 ବର୍ଷ ପରେ ଟ୍ରଷ୍ଟ ହେଲା ରାଇରଙ୍ଗପୁର ଛଠ ପୁଜା କମିଟି ର କର୍ମକର୍ତ୍ତାଙ୍କ ଖୁସିର ଦିନଟି ଆଜି ରହିଥିଲା । ଏହା “ଛଠ ପର୍ବ ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟ ” ନାମରେ ନାମିତ ହୋଇଅଛି ।

ଏହା ପଞ୍ଜିକରଣ ସଂଖ୍ୟା 41272300694 ଏବଂ ଆଇ ଡି 1272300698, ପେଜ 04 ,ଭୋଲ୍ୟୂମ 16 ଅନୁସାରେ ଟ୍ରଷ୍ଟ ହୋଇ ଅଛି। ଫାଉଣ୍ଡର ଟ୍ରଷ୍ଟୀ କମ ପ୍ରେସିଡେଣ୍ଟ ଭାବରେ ବିଜୟ କୁମାର ରାମ, ଟ୍ରଷ୍ଟୀ କମ ଚେୟାରମ୍ୟାନ ଅବଧେଶ ମିଶ୍ର, ଟ୍ରଷ୍ଟୀ କମ ସେକ୍ରେଟାରୀ ରାଜେଶ କୁମାର ପ୍ରଜାପତି,

ଟ୍ରଷ୍ଟୀ କମ କେସିଅର ବିନୋଦ କୁମାର ଦାସ ଏବଂ ଟ୍ରଷ୍ଟୀ କମ ମେମ୍ବର ଭାବରେ କିଶୋର ରଜକ, ଚନ୍ଦ୍ର ଭୂଷଣ ଯାଦବ, ମଦନ ରଜକ ଏବଂ ଲାଲବାବୂ ସାହୁ ପଞ୍ଜୀକୃତ ହୋଇଛନ୍ତି। ଏହି ଖବର ପାଇ କମିଟିର ସଦସ୍ୟଙ୍କ ମଧ୍ଯରେ ଖୁଶୀର ଲହରୀ ଖେଳି ଯାଇଛି।ଆସନ୍ତା 20/11/23 ରେ ଛଠ ପର୍ବ ପାଳନ ପରେ ଏହାର ଏଡ଼ଭାଇଜରୀ କମିଟି ଏବଂ କୋର କମିଟିର ଗଠନ କରାଯିବାର ଯୋଜନା ରହିଛି।