ମୂଷାବଣୀ ସ୍କୁଲ ରେ ଶିଶୁଦିବସ

 ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇଙ୍ଗପୁର :-> ରାଇରଙ୍ଗପୁର ସହର ଉପକଣ୍ଠ ଭାଲୁବସା ପଞ୍ଚାୟତ ର ମୂଷାବଣୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିଶୁଦିବସ ପାଳନ ହୋଇଯାଇଛି। ବିଦ୍ୟାଳୟ ର ଭରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁକାନ୍ତି ମଣି ସାହୁ ଙ୍କ ସଭାପତିତ୍ବ ରେ ପାଳିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଲଳିତ ମହାନ୍ତ ଯୋଗ ଦେଇ ଭାରତ ର ପ୍ରଥମ ପ୍ରଧାମନ୍ତ୍ରୀ ପଣ୍ଡିତ ଜୱାହରଲାଲ୍ ନେହେରୁ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ଦ୍ଵିପ ପ୍ରଜ୍ବଳନ କରି ଶିଶୁଦିବସ ପାଳନ ର ଐତିହାସିକତା ଓ ପ୍ରାସଙ୍ଗିକତା ସମ୍ପର୍କ ରେ ବିଶଦ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ ।

ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ପଣ୍ଡିତ ନେହେରୁ ଙ୍କର ଜୀବନାଦର୍ଶ ସମ୍ପର୍କ ରେ ଆଲୋକପାତ କରିଥିଲେ । ଶିକ୍ଷକ ଅରବିନ୍ଦ କୁମ୍ଭକାର ବକ୍ତବ୍ୟ ପ୍ରଦାନ କରି ଶିଶୁଦିବସ ଓ ପଣ୍ଡିତ ନେହେରୁ ଙ୍କ ଶିଶୁପ୍ରାଣତା ସମ୍ପର୍କ ରେ ପିଲା ମାନଙ୍କୁ ବୁଝାଇଥିଲେ । ଏହି ଅବସର ରେ ଛାତ୍ର ରାହୁଲ ସେଠୀ ଓ ବିବେକାନନ୍ଦ କୁମ୍ଭକାର କାର୍ଯ୍ୟକ୍ରମ ପରିଚଳନା କରିବା ସହ ବକ୍ତବ୍ୟ ରଖିଥିଲେ । ଶେଷ ରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ଧନ୍ୟବାଦ ଦେଇଥିଲେ ।