୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛିI ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଜବହାର ଲାଲ ନେହେରୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା I

ମୁଖ୍ୟ ଅତିଥି ଭାବେ ବହଳଦା ବ୍ଲକ ମଙ୍ଗଳ ଅଧିକାରୀ ଅଙ୍କିତା ନାଏକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବଡ଼ ବଡ଼ ଅଧିକାରୀ ହେବା ସହିତ ବିଦ୍ୟାଳୟ ଓ ପିତା ମାତାଙ୍କର ନାମ ରଖିବା ପାଇଁ ପରାମର୍ଶ ଦେଇଥିଲେI
ବରିଷ୍ଠ ଶିକ୍ଷୟତ୍ରୀ ଦେଓଲା ମାଝୀ ଏହାର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେIଏହି ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ପ୍ରାରମ୍ଭରେରେ ବିଦ୍ୟାଳୟର ଶିକ୍ଷକ ସୁବ୍ରତ କୁମାର ପଲେଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲାବେଳେ ବରିଷ୍ଠ ଶିକ୍ଷକ ରଘୁନାଥ ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେI

ଏଥିରେ ବିଦ୍ୟାଳୟର ସାଗୀନ ମାଝୀ,ପିଜିଟି ଶିକ୍ଷୟତ୍ରୀ ଦେବକୀ ଗୋପାଲ,ଦିଗୀ ମାର୍ଣ୍ଡି,ସ୍ୱପ୍ନା ବେହେରା,ଲଷ୍ମୀ ହାଁସଦା,ଧର୍ମସେନ ମାଝୀ, ପ୍ରଶାନ୍ତ କୁମାର ମହାନ୍ତ,କୁଆଁର ମୁର୍ମୁ, ଜତୀନ ମହାନ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେI ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା I
















