No Result
View All Result
୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର – ଦୀପର ପରବ ଦୀପାବଳି କୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଅମାବାସ୍ୟା ତିଥିରେ ଧୁମଧାମ୍ ପାଳନ କରିଥାନ୍ତି । ଏହି ବନ୍ଦଣା ପରକୁ ଆଦିବାସୀ ମାନେ କୃଷି ଭିତ୍ତିକ ପର୍ବ ରୂପେ ପାଳନ କରିଥାନ୍ତି । ବିଶେଷ ଭାବରେ ଗୋ ମାତା ତଥା ଗୋବର୍ଦ୍ଧନ ପୂଜା କରିବା ଦେଖିବାକୁ ମିଳିଥାଏ । ବନ୍ଦଣା ପରବକୁ ତିନିଦିନ ଧରି ପାଳନ କରିଥାନ୍ତି ।
ପ୍ରଥମ ଦିନ ଗୋଠ ପୂଜା ଦ୍ବିତୀୟ ଦିନ ଗୁହାଳ ପୂଜା ତୃତୀୟ ଦିନ ଡୁଙ୍ଗୁଆନ୍ ପୂଜା ସହିତ ନୃତ୍ଯ ର ଆସର ଜମିଥାଏ । ୪ର୍ଥ ଦିନ ଗୋରୁ ଖୁଣ୍ଟା କରି ବଦଳଦ ମାନଙ୍କୁ ବନ୍ଦାପଣା କରିଥାନ୍ତି । ୫ମ ଦିନ ଶେଷ ପୂଜା ଏହି ପୂଜାରେ ଗ୍ରାମ ଦେବୀ ତଥା ମାତା ବସୁନ୍ଧରା କୁ ପୂଜା କରି କିଭଳି ପରିବାରରେ ସୁଖଃ ଶାନ୍ତି କାମନା ପୂର୍ବକ ମାରାଂ ବୁରୁ ଆଦିବାସୀଙ୍କ ଇଷ୍ଟ ଦେବତାଙ୍କୁ ଆରାଧନା କରିବାର ବିଧିରହିଛି ।
ଗୋଠ ପୂଜାରେ ଦେହୁରୀ ଙ୍କୁ ମାଦଲ ର ତାଳେ ତାଳେ ଜାହେରା ନିକଟ ଥିବା ପଡିଆ କିମ୍ବା ଗାଁ ମୁଣ୍ଡ ରେ ପୂଜା ସ୍ଥଳକୁ ନୃତ୍ଯ ର ଆସରରେ ଅଣିଥାନ୍ତି । ପୂଜା ଦିନତମାମ ଚାଲେ ଅପରାହ୍ନ ରେ ଗାଁ ର ବଳଦ ମାନଙ୍କୁ ସଜାଇ ବନ୍ଦାପଣା କରି ଅଣ୍ଡା ମାଡିବା ପରଂପରା ରହିଛି ।
ପୂଜା ହୋଇଥିବା ଅଣ୍ଡା କୁ ଯେଉଁ ବଳଦ ମାଡିବ ସେହି ବଦଳଦ କୁ ଦେହୁରୀ ବା ନାଏକେ ବାବା ବନ୍ଦାଣ କରିଥାନ୍ତି ଓ ବଳଦ ମାଲିକ କୁ ଭାବ୍ଯବାନ ବୋଲି ଧରାଯାଏ। ଉକ୍ତ ବଳଦ ମାଲିକକୁ ନାଏକେ ବାବା ଉପହାର ପ୍ରଦାନ କରିଥାନ୍ତି । ବହଦ ମାଲିକକୁ ଗାଁ ଲୋକେ ଭାବ୍ଯବାନ ମଣି ତାଙ୍କୁ କାନ୍ଦରେ ବସାଇ ମାଦଲ ର ତାଳେ ତାଳେ ନାଚ ଗୀତ କରି ନାଏକେ ବାବାଙ୍କ ଘରକୁ ଅଣାଯାଇଥାଏ ।
ଏହା ହେଉଛି ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ସହରାୟ ପରବ ବା ବନ୍ଦାଣ ପରବ ବୋଲି ଅଭିହିତ । ଏହି ଭଳି ସହରାୟ ପରବ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ବାଇଦାପୋଷି ଗାଁରେ ପାଳିତ ହୋଇଯାଇଛି। ନାଏକେ ବାବା ଭାବେ ପୂର୍ବତନ ବିଧାୟକ ଶ୍ଯାମ ଚରଣ ହାଁସଦାଃ ପୂଜାବିଧିର ମୁଖିଆ ସାଜିଥିଲେ ।
ଯଗ ମାଝୀ ଭାବେ ବୁତୃ ମାଝୀ , ଚୈତନ ଟୁଡୁ କାର୍ଯ୍ୟ ତୁଲାଇଥିଲେ ସହଯୋଗ ରେ ମାନୁ ସୋରେନ୍ , ବାବଲୁ ଟୁଡୁ , ଶଙ୍କର ମାଝୀ , ଶଙ୍କର ମୁର୍ମୁ , ମିଟୁ ହଁସଦାଃ , ଗୁଡୁ ସୋରେନ , ଦୀପୁ ସୋରେନ ,ପିଣ୍ଟୁ ହାଁସଦାଃ , ରାଜୁ ଟୁଡୁ, ସାନ ହାଁସଦାଃ , ଚନ୍ଦନ ହାଁସଦାଃ , ବାଇଧର ହାଁସଦାଃ ଓ ଗୋବିନ୍ଦ ହାଁସଦାଃ ପ୍ରମୁଖ ସହଯୋଗ କରିଥିଲେ ।
No Result
View All Result