ଓଡିଶା ତାଜା ନ୍ୟୁଜ୍ (୧୪ ଜୁଲାଇ ୨୦୨୦ ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାକୁ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା ଗଜପତି ଜିଲ୍ଲାକୁ ଗ୍ରସ୍ତରେ ଆସି ପ୍ରଥମେ ସମସ୍ତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିବା ଏହି ସମିକ୍ଷା ବୈଠକରେ ସାମାଜିକ ଦୁରତା ରକ୍ଷା କରାଯିବା ସହ ଅଳ୍ପ କିଛି ଜିଲ୍ଲାସ୍ତରୀୟ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ । ଆଜି ସେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସ୍ଥାନୀୟ କୋଭିଡ୍ ହସ୍ପିଟାଲ ପରିଦର୍ଶନରେ ଯାଇ ସେଠାରେ ସମସ୍ତ ବିଷୟ ଅନୁଧ୍ୟାନ କରିଥିଲେ ।
ପରେ ସେ କାଶୀନଗର ବ୍ଲକ ଖାରଡା ଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାସ୍କ ପ୍ରସ୍ତୁତି ପରିଦର୍ଶନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ପରେ ସେ ମଧୁସୁଦନପୁର ଗ୍ରସ୍ତରେ ଯାଇ ଗ୍ରାମ୍ୟ ଗୃହ ଯୋଜନାରେ ଗରିବ ଲୋକଙ୍କୁ ଯେଉଁ ଆବାସିକ ସୁବିଧା ରାଜ୍ୟ ସରକାର ଯୋଗାଉଛନ୍ତି ସେଗୁଡିକୁ ଆନୁଧ୍ୟାନ କରିଥିଲେ । ତାଙ୍କ ଗ୍ରସ୍ତ ସମୟରେ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ପାତ୍ର ପ୍ରମୁଖ ସରକାରୀ ଅଧିକାରୀଙ୍କ ସମେତ ଜିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଦୀପ ନାୟକ ଉପସ୍ଥିତ ଥିଲେ । (ରିପୋର୍ଟ –ଗରୁଡ଼ ଧ୍ଵଜ ଚୌଧୁରୀ )