No Result
View All Result
୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମାଁ ଅନେଇ ବସିଛି ପୁଅର ପେରିବା ବାଟକୁ , ପୁଅ କଥା ଦେଇଥିଲା ଦୀପାବଳିରେ ଘରକୁ ଆସିବ ପରିବାର ରେ ବାଣ୍ଟିବ ଖୁସି । କିନ୍ତୁ ଆସିବା ଦିନ ହେଲା କାଳ । ପୁଅ ପାଇଁ ପରିବାର ରେ ଦୀପାବଳିରେ ଦୀପ ତ ଜଳିଲା ନାହିଁ ଏପଟେ ପରିବାରେ ଚୁଲି ମଧ୍ଯ ଜଳି ନାହଁ । ଏହି ଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବହଳଦା ବ୍ଳକ୍ ର କୁଲଡିହା ଗ୍ରାମରେ ।
ପରିବାର ବର୍ଗ ତଥା ଗାଁରେ ଦୂଖଃର ଛାୟା ଖେଳିଯାଇଛି । ଉତ୍ତରାଖଣ୍ଡ ସୁଡଙ୍ଗ ଦୂର୍ଘଟଣାରେ ୪୦ ଜଣ ଶ୍ରମିକ ମଧ୍ଯ ରୁ ମୟୂରଭଞ୍ଜ ଜିଲ୍ଲା ର କୁଲଡିହା ଗ୍ରାମର ରାଜୁ ନାଏକ ମଧ୍ଯ ଫସି ରହିଛନ୍ତି । ଏ ଘଟଣାରେ ଦୁଇ ଦିନ ଧରି ଉତ୍ତରାଖଣ୍ଡ ସରକାରଙ୍କ ଦ୍ବାରା ଉଦ୍ଧାର କାର୍ଯ୍ଯ ଚାଲିଥିବା ବେଳେ ବର୍ତ୍ତମାନ ସୁଧା ସଫଳ ହୋଇନଥିବା ସୂଚନା ମିଳିଛି । ତେବେ ପରିବାର ରେ ଶୋକାକୁଳ ପରିବେଶ ପରିଲକ୍ଷିତ ହୋଇଛି । ସମସ୍ତେ ଅନେଇ ବସିଛନ୍ତି ପୁଅର ଆସିବା ବାଟକୁ ।
ପରିବାର ଲୋକେ ପ୍ରତିକ୍ରିୟା ରେ କହିଥିଲେ ଖୁବ୍ ଶୀଘ୍ର ପୁଅ କୁ ଶ୍ରୀଘ୍ର ଉଦ୍ଧାର କରିବା ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି । ଦୂଖଃ ସୁଖଃ ର ସାଥି ସମାଜ ସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ କମଳାକାନ୍ତ ନାଏକ ପରିବାର ଙ୍କୁ ଭେଟି ସ୍ବାନ୍ତନା ଦେଇଥିଲେ । ମାଁ ଆଖିରୁ ଲୁହ ସରୁନାହିଁ ବାହୁନି ବାହୁନି କାନ୍ଦୁଛି ପୁଅ କୁ ଚିନ୍ତା କରି। ସୂଚନା ଅନୁଯାଇ କୁଲଡିହା ଗାଁରୁ ମୋଟ ୪ ଜଣ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ଦାଦନ ଖଟି ଆଣି ପରିବାର ବର୍ଗ ଙ୍କ ପାଇଁ ଆଣିବ ଟଙ୍କା . ।
ଟଙ୍କା ଆଣିଲେ ଘର ଚଳିବ, ଭାଇ ଭଉଣୀ ଙ୍କ ପାଠ ପଢାରେ ସାହାଯ୍ଯ କରିବ । ରାଜୁ ନାଏକ ଙ୍କ ପିତା ମୁଚିରାମ ନାଏକ ଜଣେ ଅସ୍ଥାୟୀ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ମା ସୁକାନ୍ତି ନାଏକ ଘର ଚଳାଇବା ପାଇଁ ଦିନ ମଜୁରିଆ ଭାବେ କାର୍ଯ୍ୟକରନ୍ତି । ତାର ଗୋଟିଏ ଭଉଣୀ ରେଖା ନାଏକ ( ୧୪) ସାନ ଭାଇ ବିଜୁ ନାଏକ (୧୨) ଦୁଇ ଜଣ ପାଠ ପଢୁଛନ୍ତି । ପରିବାର ରେ ଜେଜେ ମାଁ ଫୁଲସରି ନାଏକ , ଅଲମନୀ ନାଏକ ରହିଛନ୍ତି । ରାଜୁ ନାଏକ ଙ୍କ ପିଉସା ଭିଷ୍ମଦେବ ନାଏକ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି ପୁଅ କୁ ଋଦ୍ଧାର କରି ନିଜ ଜିଲ୍ଲା ରେ କାମ ଯୋଗାଇ ଦେବାକୁ ଆଉ ଦାଦନ ଖଟିବାକୁ ବାହାରକୁ ଆଉ ପଠାଇବୁ ନାହିଁ ।
No Result
View All Result