No Result
View All Result
୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ୟାଳୟ ସମ୍ମିଳନୀ କକ୍ଷ ରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜନ-ଅଭିଯୋଗ ଶୁଣାଣି ରେ ରାଇରଙ୍ଗପୁର ବାଜାର ଗୋଲାଇ ଛକଠାରେ ସରକାରୀ ଜମି ଉପରେ ସାଧାରଣ ଲୋକଙ୍କ ପାଇଁ ସୁଳଭ-ଶୌଚାଳୟ ଓ ପାନୀୟ ଜଳଯୋଗାଣ କେନ୍ଦ୍ର ନିର୍ମାଣ ପାଇଁ ଜିଲ୍ଲାପାଳ ମହୋଦୟ ଙ୍କୁ ପୂର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତିଙ୍କ ଦ୍ଵାରା ଏକ ଲିଖିତ ଅଭିଯୋଗ ପତ୍ରପ୍ରଦାନ କରିଥିଲା ।
ଏହି ଅରସ୍ତାବ ପ୍ରକଳ୍ପ ଟି ରାଇରଙ୍ଗପୁର ବାଜାର ଗୋଲାଇ ନିକଟସ୍ଥ ସାହୁ-ଲଜ କେନାଲ ନିକଟରେ କରିବା ପାଇଁ ଲିଖିତ କରିଥିଲେ , ଋକ୍ତ ଜମିଟି ସରକାର ଙ୍କ ରାଉତୁଖାମାର-ମୌଜାର ଖାତା-ନମ୍ବର-୧୧୦/ ପ୍ଲୋଟ-ନମ୍ବର/-୩୬୯,ଏକଡ଼- ୧୫/-ଡିସମିଲ ସରକାରୀ-ଜମି ଠାରେ ପ୍ରସ୍ତାବ ରହିଛି ଏବଂ ମୟୂରଭଞ୍ଜ ଜିଲାପାଳ ଶ୍ରୀ ବିନିତ ଭାରଦ୍ବାଜ ରାଇରଙ୍ଗପୁର କାର୍ୟନିର୍ବାହୀ ଅଧିକାରୀଙ୍କ ତୁରନ୍ତ ଡାକି ଉକ୍ତ ସ୍ଥାନରେ ସୁଳଭ- ଶୌଚାଳୟ ଓ ପାନୀୟ ଜଳଯୋଗାଣ ପାଇଁ ପ୍ରକଳ୍ପ ପ୍ରସ୍ତାବ ତିଆରି କରି ଜିଲ୍ଲାପାଳଙ୍କ ନଜର କୁ ଅଣିବେ ଓ ପ୍ରକଳ୍ପ କାର୍ଯ୍ୟ ମଞ୍ଜୁରି ପାଇଁ ପଠାଇବା କୁ ତତ୍କାଳ ନିର୍ଦ୍ଦେଶ ଦେଇଥିଲେ ।
ଏହି ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ହେଲେ ରାଇରଙ୍ଗପୁର ଗୋଲାଇ ବାଜାର-ଛକଠାରେ ବିଶେଷ କରି ଅନେକ ସମୟରେ ମହିଳା ମାନଙ୍କ ହୈରାଣ ହେବାକୁ ପଡୁଥିଲା ଏବଂ ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନିଜସ୍ୱ ନିବାସ-ସ୍ଥଳି ହେଇଥିବାରୁ ମହିଳାମାନଙ୍କ ପାଇଁ ବିଶେଷ ଉଦ୍ଦିଷ୍ଟ ହେବ ବୋଲି ଜନସାଧାରଣଙ୍କ ଅଭିଯୋଗ-ଆପତ୍ତି ଓ ଦାବି କରି ଆସୁଥିଲେ ।ମୟୂରଭଞ୍ଜ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ମଞ୍ଜୁର କଲେ ମହିଳା ମାନଙ୍କର ଶୌଚାଳୟ ସମସ୍ୟା ସମାଧାନ ହୋଇଯିବ ଏବଂ ଏହା ରାଇରଙ୍ଗପୁର ବାଜାର ପାଇଁ ଏକ ଉତକୃଷ୍ଟ-ଉଦାହରଣ ଓ ଭଲ ପଦକ୍ଷେପ ହେବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।
No Result
View All Result