No Result
View All Result
୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଦୀପାବଳିରେ କନେଷ୍ଟବଳ ଙ୍କ ଜୀବନ ଦୀପ ଲିଭିଯିବା ଏହା ଦୂଖଃଦାୟକ ଘଟଣା । ଏହି ଭଳି ଦୂଖଃଦ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅସନବଣୀ ଛକ ନିକଟ ରେ ଘଟିଯାଇଥିଲା। ସୂଚନା ଅନୁଯାଇ ଶହୀଦ କନେଷ୍ଟବଳ ବାରିପଦାକୁ କନେଷ୍ଟବଳ ବିଭାଗ ପରିକ୍ଷା ଦେବାକୁ ଯାଇଥିଲେ । ପରିକ୍ଷା ଦେଇ ସାରି ବାରିପଦାରୁ ରାଇରଙ୍ଗପୁର କୁ ଆସୁଥିବା ବେଳେ ଅସନବଣୀ ଛକ ନିକଟ ରେ ହଠାତ୍ ଶ୍ରମିକ ମହିଳା ମାନେ ସାଇକେଲ ଧରି ବାହାରି ପଡିଥିଲେ । ସାଇକେଲ ଆରୋହୀ ବାଇକ୍ ଦେଖି ରାସ୍ତା ଉପରେ ଭାରସାମ୍ଯ ହରାଇ ବା ଯୋଗୁ ଶହୀଦ କନେଷ୍ଟବଳ ମହିଳାଙ୍କୁ ବଞ୍ଚାଇ ବାକୁ ଯାଇ ଦୂର୍ଘଟଣା ର ଶିକାର ହୋଉଥିବା ଜଣାପଡିଥିଲା ।
ସ୍ଥାନୀୟ ଲୋକେ ଗୁରୁତ୍ବର ଅବସ୍ତାରେ ରାଇରଙ୍ଗପୁର ଡାକ୍ତର ଖାନା କୁ ପଠାଇଥିଲେ । କିନ୍ତୁ ବଇକ୍ ଆରୋହୀ କନେଷ୍ଟବଳ ଦାମୋଦର ନାଏକ କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ରାଇରଙ୍ଗପୁର ଡାକ୍ତର ଖାନାରେ ମାଇନା ପରେ ଶହୀଦ କନେଷ୍ଟବଳ ଦାମୋଦର ନାଏକ ଙ୍କ ମରଶରୀକୁ ରାଇରଙ୍ଗପୁର ଟାଉନ ଥାନା କୁ ଅଣା ଯାଇଥିଲା । ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଙ୍କ ନେତୃତ୍ବ ରେ ଥାନା ପରିସରରେ ଶ୍ରଦ୍ଧାଞ୍ଜଳୀ ସଭାରେ ଏକ ମିନିଟ୍ ନୀରବ ପ୍ରାଥନା ପରେ ମରଶରୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ମୃତକ ଦାମୋଦର ନାଏକ ରାଇରଙ୍ଗପୁର ଟାଉନ ଥାନାର କନେଷ୍ଟବଳ ଭାବେ କାର୍ଯ୍ୟକରୁଥିଲେ ।
ବିଶେଷ ଭାବରେ ମହୁଲଡିହାରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାସଭବନ ର ସୁରକ୍ଷା ଦାୟିତ୍ବ ରେ ରହିଥିଲେ। ଟାଉନ ଥାନା ପରିସରରେ ବିଭାଗ ତରଫରୁ ଶହୀଦ ଦାମୋଦର ନାଏକ ଅମର ରହେ ସ୍ଲୋଗାନ ଦେଇଥିଲେ । ଶ୍ରଦ୍ଧାଞ୍ଜଳୀ ପରେ ମୃତକ ଙ୍କ ପୈତୃକ ଗ୍ରାମ କୁସୁମୀ ବ୍ଲକ ତଥା ବାଦାମପାହାଡ ଥାନା ଅନ୍ତର୍ଗତ ତେଣ୍ଟ ପୋଷି ଗାଁକୁ ନିଆଯାଇଥିଲା । ଭିଟାମାଟି ତେଣ୍ଟ ପୋଷି ଗାଁ ରେ ଦୂଖଃର ଛାୟା ଖେଳି ଯାଇଥିଲା ।
ଶହୀଦ ଦାମୋଦର ନାଏକ ଙ୍କ ମରଶରୀ ନିକଟ ରେ ଧର୍ମ ପତ୍ନୀ ଓ ପରିବାର ବର୍ଗ ପିତା ମାତା ଭାଇ ଭଉଣୀ ଭେଣେଇ ସାଙ୍ଗ ସାଥି ଉପସ୍ଥିତ ଥିଲେ। । ଜିଲ୍ଲା ପୋଲିସ ପ୍ରଶାସନ ଏସ୍ ପି , ଏସଡିପିଓ , ଅତିରିକ୍ତ ପୋଲିସ ଅଧିକାରୀ ଓ ଭିଭିନ୍ନ ଥାନାର ପୋଲିସ ଅଧିକାରୀ ମାନେ ଗଭିର ଦୂଖଃ ପ୍ରକାଶ କରିବା ସହ ପରିବାର ବର୍ଗ ଙ୍କୁ ସାନ୍ତନା ଦେଇଥିଲେ । ଏହି ଘଟଣାରେ କେସ୍ ନଂ ୩୬୧୵୨୩ ମାମଲା ରୁଡୁ ହୋଇ ତଦନ୍ତ ଚଳାଇଥିବା ଜଣାପଡିଛି.
No Result
View All Result