No Result
View All Result
୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ଶିଶୁ ଦିବସ ଉପଲକ୍ଷେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ସ୍ଥାନୀୟ ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶକ୍ରମେ, ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ। ଅନ୍ନପୂନ୍ନା ଲକ୍ଷ୍ମୀ ଅତିଥି ପରିଚୟ ଏବଂ ସ୍ଵାଗତ ସମ୍ଭାଷଣ କରିଥିଲେ ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସାଇବର ଅପରାଧ ଉପରେ ସଚେତନ କ ରାଇବା ସହିତ, ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟକ ଶିଶୁ ଯେଭଳି ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟସେବା ଓ ପରିମଳପରି ମୌଳିକ ସୁବିଧାରୁ ବଞ୍ଚିତ ନହେବେ, ସେଥିପାଇଁ ସଚିବ ଅନୁଷ୍ଠାନକୁ ପରାମର୍ଶ ଦେଇଥିଲେ ।

ଅଧିବକ୍ତା ଶ୍ରୀ ସୁନୀଲ କୁମାର ମୋହାପାତ୍ର, ଆଇନ ସେବା ପ୍ରାଧିକରଣର କାର୍ଯ ବଳି ଦର୍ଶାଇବା ସହିତ ଶିଶୁ ଚାଲାଣ, ଶିଶୁ ନିର୍ଯାତନ ଓ ଶିଶୁ ଶ୍ରମପରି ସାମାଜିକ କୁପ୍ରଥାରୁ ସୁରକ୍ଷା ପାଇବା ଉପରେ ଆଲୋକପାତ କରିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ, ଶାନ୍ତି ଏବଂ ମାନବିକତାର ଆବଶ୍ୟକତା ଦର୍ଶାଇଥିଲେ ।

ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ, ସଚେତନତାକୁ ଅନୁଭବ କରିବା ସହିତ ବ୍ୟାପକ ସଚେତନତା ପାଇଁ ସଚିବଙ୍କୁ ଅନୁରୋଧ କରିଥିଲେ । ପ୍ରାଧିକରଣର କର୍ମଚାରୀ ଶ୍ରୀ ପବନ କୁମାର ବେହେରା ଏବଂ ଶ୍ରୀ ରାଜେଶ କୁମାର ବାରିକ କାର୍ଯକ୍ରମକୁ ସଂଯୋଜନା କରିଥିଲେ । ଯୋଗ ଶିକ୍ଷକ ଶ୍ରୀ ଶରତ କୁମାର ପ୍ରଧାନ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।
No Result
View All Result