ଓଡିଶା ତାଜା ନ୍ୟୁଜ୍ (୧୪ ଜୁଲାଇ ୨୦୨୦ ମଙ୍ଗଳବାର) ପାରଳାଖେମୁଣ୍ଡି :- ପୁଣି ବନ୍ଧା ହେଲେ ଆଉ ଜଣେ ଭଣ୍ଡ ବାବା । ଖୋଲିବ ବାବାଙ୍କ ବଡ଼ ଗୁମର ? ମହିଳାଙ୍କୁ ଦୁଷ୍କର୍ମ ପରେ ଗର୍ଭବତୀ ଥିବା ନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ । ବନ୍ଧା ହେଲେ ବାବା ସୌରା ରାଉଳ। ବାବା ଜଣକ ଗୁରାଣ୍ଡି ଥାନା ଅନ୍ତର୍ଗତ ବଡ଼ ଦେଉଳା ଠାରେ ଦୀର୍ଘ ବର୍ଷ ଧରି ମନ୍ଦିର ଓ ଆଶ୍ରମ ନିର୍ମାଣ କରି ପରିବାର ସହ ରହିଆସୁଛନ୍ତି। ମନ୍ଦିରରେ ପୂଜାନୀତି ଏବଂ ଆୟୁର୍ବେଦ ଚିକିତ୍ସା ଓ ଔଷଧ ପ୍ରଦାନ ନାମରେ ଭକ୍ତଙ୍କ ଆକର୍ଷଣ ପାଲଟିଛନ୍ତି ବାବା । ଆଦିବାସୀ ମାନଙ୍କ ସରଳତାର ସୁଯୋଗ ନେଇ କରୁଛନ୍ତି ଶୋଷଣ , ଜୌନ ନିର୍ଯାତନା ପରେ ପ୍ରଘଟ ହୋଇଛି ଘଟଣା, ଗତ ୩୦.୬.୨୦୧୯ ତାରିଖରୁ ରାମଗିରି ଥାନା ଅନ୍ତର୍ଗତ କରଞ୍ଜ ସାହି ଗ୍ରାମର ଅନନ୍ତ ଗମାଙ୍ଗ ଅସୁସ୍ଥ ହେବାରୁ, ସେଠାରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ଗୁଣି ଗାରେଡ଼ିର ସହାୟତା ସାଙ୍ଗକୁ ଚେରମୁଳି ଚିକିତ୍ସା ହେଉଥିଲେ ।
ଆଶ୍ରମରେ ଔଷଧ ସେବନ ସମୟର ସ୍ଵାମୀ ସ୍ତ୍ରୀ ଏକ ବର୍ଷ ପର୍ଯ୍ୟନ୍ତ ପୃଥକ ରହିବାକୁ ପରାମର୍ଶ ଦେଇଥିଲେ ବାବା । ଅସହାୟ ଏବଂ ଅନ୍ଧ ବିଶ୍ବାସର ଫାଇଦା ନେଇ ଏହି ସମୟରେ ତାଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ବାରମ୍ବାର ଦୁର୍ଷ୍କମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ ସକୁନ୍ତଳା ଗମାଙ୍ଗ । ଏହା ଅନ୍ୟ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇ ଆସୁଥିଲେ ବାବା । ଭୟରେ ଅନ୍ୟ କାହାକୁ କହି ପାରି ନ ଥିବା କହିଛନ୍ତି ସକୁନ୍ତଳା । ଲକଡାଉନ ଘୋଷଣା ପରେ । ଗତ ୨୩.୦୩.୨୦୨୦ ତାରିଖରେ ଘରକୁ ଚାଲି ଯିବାକୁ କହିଥିଲେ ବାବା । ଇତି ମଧ୍ୟରେ ସେ ଗର୍ଭବତୀ ହୋଇଥିଲେ ସକୁନ୍ତଳା ।
ଘରକୁ ଫେରିବା ପରେ ବାଧ୍ୟ ହୋଇ ସ୍ବାମୀଙ୍କୁ ସବୁ କଥା ଜଣାଇଲେ। ଛୁଆ ଜନ୍ମ ହେବା ପରେ ଆଇନର ଆଶ୍ରୟ ନେବାକୁ ସ୍ଥିର କଲେ ଉଭୟେ। ୦୮.୦୭.୨୦୨୦ ତାରିଖରେ ସକୁନ୍ତଳା ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ଦେଇଛନ୍ତି । ଏନେଇ ୧୧.୭.୨୦ ତାରିଖ ସନ୍ଧ୍ୟାରେ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରି ବାବାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଉଭୟ ସ୍ବାମୀ ସ୍ତ୍ରୀ । ଅଭିଯୋଗ ପ୍ରକାରେ ମାମଲା ରୁଜୁ କରି, ଥାନା ଅଧିକାରୀ ମମତା ପଣ୍ଡାଙ୍କ ନେତୃତ୍ୱରେ ଗୁରାଣ୍ଡି ପୋଲିସ ଅଭିଯୁକ୍ତ ବାବା ସୌରା ରାଉଳକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଯାହାକି ବାବା ନାମରେ ଆଉ ଏକ କଳଙ୍କ ଲାଗି ଥିବା ନେଇ ଗଜପତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । (ରିପୋର୍ଟ –ଗରୁଡ଼ ଧ୍ଵଜ ଚୌଧୁରୀ )