୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ବ୍ଳକ ମହତପଲା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଓ ଗୋପାଳ ପୁର ପୋଷ୍ଟ ଅଫିସ୍ ନିକଟରେ ମଦନମୋହନ ବିହାର ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଗୋପାଳ ପୁର ରେ ଠାରେ ଆଜି ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଜନ୍ମଦିନ ଅବସରରେ “ଶିଶୁ ହସିଲେ ଦୁନିଆ ହସେ ଏହି ମର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ରାଜୀବଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ୍ ର ସଭାପତି ତଥା ସମାଜସେବୀ ସତ୍ୟବ୍ରତ ନାୟକ,

ପୂର୍ବତନ ରଣପୁର କଲେଜ ଛାତ୍ର ସଭାପତି ମୀରୂଅବୁବାରିସିଦ୍ଦିକ୍,ପ୍ରକାଶ ନାୟକ ଯୋଗ ଦେଇଥିଲେ । ଶିକ୍ଷାବିତ୍ ଜଳଧର ସାହୁ ଅତିଥି ସମ୍ମାନୀତ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ଅନୁପମା ଦାଶ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ । ସମସ୍ତ ପିଲା ମାନଙ୍କୁ ପୁରସ୍କାର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋମନାଥ ପରିଡା ନିରୁପମା କର ସୁଲୋଚନା ପ୍ରଧାନ,ପର୍ଶୁରାମ ମହାପାତ୍ର କଳ୍ପନା ପାଇକରାୟ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।














