No Result
View All Result
୧୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ସ୍ଵାସ୍ଥ୍ୟ କୁ ସୁସ୍ଥ ଓ ସୁରକ୍ଷିତ ରଖିବାରେ ଆୟୁର୍ବେଦର ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ହିନ୍ଦୁ ଧର୍ମର ଦେବବୈଦ୍ଯ ହେଉଛନ୍ତି ଧନ୍ବନ୍ତରୀ ତାଙ୍କୁ ମଧ୍ୟ ବିଷ୍ଣୁଙ୍କ ଅବତାର କୁହାଯାଏ । ଦେବ ଓ ଦାନବ ମିଶି ସମୁଦ୍ର ମନ୍ଥନ କରିବା ସମୟରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ରୁ ପ୍ରକଟିତ ହୋଇଥିଲେ ।
ଦୀପାବଳିର ଦୁଇ ଦିନ ପୂର୍ବରୁ ଆୟୁର୍ବେଦର ସ୍ରଷ୍ଟା ଧନ୍ବନ୍ତରୀ ଜୟନ୍ତୀ ପାଳନ କରାଯାଇଥାଏ । ଏହି ପରିପେକ୍ଷିରେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ର କାଙ୍କି , ବିଝୁଂଆ, ଗୁଲଗି ଗ୍ରାମରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଔଷଧୀୟ ବୃକ୍ଷ ମଧ୍ଯ ରୁ ଅଶୋକ ଗଛ ୮୪ ଟି , ଅଁଳା ଗଛ ୫୬ଟି , ଫଣଫଣା ଗଛ ୧୪ ଟି , ପାଟଳୀ ଗଛ ୧୭ ଟି ମୋଟ ୧୭୧ ଟି ଔଷଧୀୟ ଗଛ ଲଗାଯାଇଥିଲା ।
ଟ୍ରଷ୍ଟୀ ଭାଗବତ ମହାନ୍ତ ପ୍ରକାଶ ଆଗାମୀ ଦିନରେ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକରେ ପ୍ରାୟ ୫ହଜାରୁ ଉର୍ଦ୍ଧ୍ବ ଔଷଧୀୟ ଗଛ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ରେ ଘାସିନାଥ ସାହୁ , ଭୋଳାନାଥ ମଣ୍ଡଳ , ଖେଲାରାମ ମୁର୍ମୁ , ବୀର ସିଂ ବାସ୍କେ , ନଳିନ୍ଦ୍ର କୁମାର ମହାନ୍ତ ,ଝାନ ବାସ୍କେ ପ୍ରମୁଖ ସହଯୋଗ କରିଥିଲେ ।
No Result
View All Result