No Result
View All Result
୧୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକଠାରେ ବ୍ଲକସ୍ତରୀୟ ମାଣ୍ଡିଆ ଦିବସ ଏଫ୍ଏ ଦୁଲାଲ ପକ୍ଷରୁ ବ୍ଲକ ସଂଯୋଜକ ଆଦିକନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଜାମଦା ବିଡ଼ିଓ ଦେବାଶିଷ୍ ପଣ୍ଡା,ଆଇସିଡ଼ିଏସ୍ ର ସିଡ଼ିପିଓ ସୁପରଭାଇଜର୍,ବିଏଓ ସୁରେନ୍ଦ୍ର ନାଥ,ଦୀପିକା ପ୍ରଧାନ,ଦୁଲାଲର ଜିଲ୍ଲା ସମ୍ପାଦକ ପଙ୍କଜ କୁମାର ବେହେରା,ରୋହିତ କୁମାର ସେଠୀ,ଏବିସି ମଳୟ ରଂଜନ ଜେନା,ସିଆର୍ପି ଟୁକୁରାମ ମହାନ୍ତ,ଦୁଲାରାମ ସୋରେନ୍,ପ୍ରଭାତୀ ଗିରି,ଦମୟନ୍ତୀ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ | ଆଦିବାସୀ ବହୁଳ ଜାମଦା ବ୍ଲକର ବ୍ଲକରେ କିଛି ସ୍ଥାନରେ ମାଣ୍ଡିଆ, ପରି ପୁଷ୍ଟିଶସ୍ୟ ଚାଷ କରାଯାଉଛି। ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟରେ ରହିଛି ପ୍ରଚୁର ପୋଷଣ ଶକ୍ତି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ଏବଂ ‘ପ୍ରତି ଥାଳିରେ ପୁଣି ଥରେ ମହକିବ ମାଣ୍ଡିଆ’ ବୋଲି ଜାମଦା ବ୍ଲକର ବିଡ଼ିଓ ଦେବାଶିଷ୍ ପଣ୍ଡା ମତ ପ୍ରଦାନ କରିଛନ୍ତି |
ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକରେ ମାଣ୍ଡିଆ ସହ ନାନାଦି ପୁଷ୍ଟିଶସ୍ୟ ଚାଷ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଇଛି |ଏହାକୁ ଏବେ ଅଧିକ ଲୋକପ୍ରିୟ କରିବା ଜାମଦା ବ୍ଲକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନ ଶକ୍ତି ଓ ଦୁଲାଲ ପକ୍ଷରୁ ଜାମଦା ବ୍ଲକରେ ଅଧିକ ଗୁରୁତ୍ବ ଦିଆଯାଇଛି | ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ପରଶି ଦେବା ସହ ମିଶନ ଶକ୍ତିର ମା’ମାନଙ୍କୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବ। ତେଣୁ ବ୍ଲକ କର୍ତ୍ତୁପକ୍ଷ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଲେଟ୍ସରୁ ଖାଦ୍ୟ ପ୍ରସ୍ତୁତି ଓ ମିଲେଟ୍ ଶକ୍ତି କିଓସ୍କର ପରିଚାଳନାଗତ ତାଲିମ ଦିଆଯାଇଛି।“ମିଲେଟ୍ ଶକ୍ତି ଜରିଆରେ ସ୍ଥାନୀୟ ଲୋକଙ୍କୁ ଜଳଖିଆରେ ପୁଷ୍ଟିକର ଖାଦ୍ୟ ଖାଇବାର ସୁଯୋଗ ମିଳିବ। ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟରେ ଭରପୂର୍ ମାଇକ୍ରୋ ନ୍ୟୁଟ୍ରିଏଂଟ୍, ଭିଟାମିନ୍ ଓ ମିନେରାଲ୍ସ ରହିଛି। ତେଣୁ ଏଥିରୁ ପ୍ରସ୍ତୁତ ଖାଦ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ।
ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ଇଟିଲି,କ୍ଷୀରୀ,କାକରା,ଗୁଲୁଗୁଲା,ଆଳୁଚପ୍, ନିମିକି,ସେଓ, ଏଣ୍ଡୁରି ପିଠା, କାଙ୍ଗୁ ତଥା ସୁଆଁରୁ ବରା, ମାଣ୍ଡିଆ ଚିକେନ ପକୋଡ଼ା, ମାଣ୍ଡିଆରୁ ଖିରି ଆଦି ସୁସ୍ୱାଦୁ ଖାଦ୍ୟ କିଭଳି ତିଆରି କରିହେବ, ଏସ୍ଏଚ୍ଜି ମହିଳାମାନେ ଜାମଦା ଅଞ୍ଚଳରେ ତାଲିମ ପାଉଛନ୍ତି |ସେହିପରି ମିଲେଟ୍ ଶକ୍ତି ଓ ଦୁଲାଲ ସହଯୋଗରେ ପରିଚାଳନା ସହ ଏହାର ପରିଷ୍କାର ପରିଚ୍ଛନ୍ନତା କିଭଳି ବଜାୟ ରଖାଯିବ, ସେନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଥିବା କଥା ଓଡ଼ିଶା ୟୁଏସ୍ଆଇ ସଂଗଠନର ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ଅବଗତ କରିଥିଲେ |ଏହି ଅବସରରେ ବିଭାଗ ପୁଷ୍ଟିଶସ୍ୟ ମିଶନ, ମିଶନ ଶକ୍ତି ର ମହିଳାଗଣ ମାଣ୍ଡିଆରୁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ଉପସ୍ଥିତ ଅତିଥି,ବ୍ୟକ୍ତି ବିଶେଷଙ୍କୁ ପରଷି ଥିଲେ |ଶେଷରେ ଆୟୋଜକ ବ୍ଲକ ସଂଯୋଜକ ଆଦିକନ୍ଦ ବେହେରା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ |
No Result
View All Result