No Result
View All Result
୧୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ପ୍ଲାଷ୍ଟିକ କ୍ରେଟ ବଣ୍ଟନ କରାଯାଇଛି । ସହକାରୀ ଉଦ୍ୟାନ ଅଧିକାରୀ ମନୋଜ କୁମାର ମହାଳିକଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ହୋଇଥିଲା । ଚାଷୀ ଅମଳ କରୁଥିବା ପନିପରିବା, ଛତୁ ଓ ଅନ୍ୟାନ୍ୟ ଫଳ ସୁରକ୍ଷିତ ଭାବେ ରଖିପାରିବାକୁ ଦୃଷ୍ଟିରେ ରଖି ଏହି କ୍ରେଟ ବଣ୍ଟନ କରାଯାଇଥିଲା ।

ଏହି ପ୍ଲାଷ୍ଟିକ କ୍ରେଟର ବଜାର ଦର ୪୦୦ ରୁ ୫୦୦ ଟଙ୍କା ହେବ ବୋଲି ଉଦ୍ୟାନ ବିଭାଗ ଅଧିକାରୀ କହିଛନ୍ତି । ପ୍ରତି ଚାଷୀଙ୍କୁ ୩ଟି ଲେଖାଏଁ କ୍ରେଟ ଦିଆଯାଉଥିଲା । ଏଥିରେ ମୁଖ୍ୟଅତିଥି ମୋହନା ବିଧାୟକ ଦାଶରଥି ଗମାଙ୍ଗ ତାଙ୍କୁ ସହ ବିଡିଓ ଲରିମନ ଖର୍ସେଲ , ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର,

ଶବରପଲ୍ଲୀ ସରପଞ୍ଚ ଫୁଲମତି ରଇତ ଓ ସ୍ଥାନୀୟ ସରପଞ୍ଚ ଜାମେସ ରଇତ ପ୍ରଦାନ କରିଥିଲେ । ଏହି ବ୍ଳକ ବିଭିନ୍ନ ଗ୍ରାମର ୩୦୦ରୁ ଉଦ୍ଧ୍ବ ଚାଷୀଙ୍କୁ ତିନୋଟି ଲେଖାଏଁ ପ୍ଲାଷ୍ଟିକ କ୍ରେଟ୍ ହିସାବରେ ଏକ ହଜାର କ୍ରେଟ୍ ଦିଆଯାଇଥିବା ସହକାରୀ ଉଦ୍ୟାନ ଅଧିକାରୀ କହିଛନ୍ତି ।

No Result
View All Result