ଦାଦନ ଶ୍ରମିକ ମୃତ୍ୟୁ ଘଟଣା,ସ୍ୱାମୀ କୁ ଅପହରଣ କରି ବେଫିକର ଦାଦନ ସର୍ଦ୍ଦାର : ଗିରଫ ନ କରି ସୁରକ୍ଷା ଦେଉଛି ପୁଲିସ ?

ବାପା ,ମାଁ ଖୋଜୁଛନ୍ତି ପୁଅଝିଅ , ଟଙ୍କା ନେଇ ଚୁପ ରହିବାକୁ ପରିବାର ଉପରେ ଚାପ ଗାଁରେ ପହଛିଲେ ତହସିଲଦାର

୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଲପଡା :-> ବେଲପଡା ବ୍ଲକ ଭାଲୁବାହାଲି ଗାଁର ଦାଦନ ଶ୍ରମିକ ଲିଜା ମାଝୀଙ୍କ ମୃତ୍ୟୁ ଘଟଣାକୁ ୨ଦିନ ବିତିଯାଇଥିଲେହିଁ ପୁଲିସ କୈଣସୀ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହିଁ ।ଯାହାକୁ ନେଇ ସ୍ଥାନୀୟ ପୁଲିସ ଉପରେ ଲୋକଙ୍କ ସଦ୍ଦେହ ହେବାସହ କେବେ ଦାଦନ ସର୍ଦ୍ଦାର କୁ ଗିରଫ କରିବ ତାକୁନେଇ ପ୍ରଶ୍ନ ଉଠୁଛି ।ଅନ୍ୟପଟେ ମାଁ ର ମୃତ୍ୟ ପରେ ବେସାହାର ହୋଇପଡିଛନ୍ତି ପୁଅଝିଅ ,ମାଁର ମୃତ୍ୟୁ ପରେ ବାପା ର ବି ଖୋଜ ଖବର ମିଲୁନି ,ତାକୁ କିଏ ଅପହରଣ କରିଛି ନାଁ କୁଆଡେ ଫେରାର କରିଦେଇଛନ୍ତି ତାହା ବି ଜଣାପଡୁନି ।ଏନେଇ ବେଲପଡା ଥାନାରେ ଅଭିଯୋଗ ପରେ ବି ପୁଲିସ ନିରବଦଷ୍ଟା ସାଜିଥିବା ବେଲେ କେମିତି ଘଟନାକୁ ଚାପିହେବ ସେନେଇ ଲାଗିପଡିଛନ୍ତ ଦାଦନସର୍ଦ୍ଦାର ।ତେବେ କେମିତି ନିର୍ଯ୍ୟାତିତ ପରିବାର ନ୍ୟାୟ ପାଇବେ ତାକୁନେଇ ଚିନ୍ତା ।

ବେଲପଡା ତହସିଲଦାର ଶ୍ରୀ ବନ ବିହାରି ହରପାଲ ଗାଁରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।ମିଲିଥିବା ସୂଚନା ଅନୁସାରେ ବେଲପଡାର ଦାଦନ ଦଲାଲ ଦଶରଥ ବାଗ ବେଆଇନ ଭାବେ ରବିବାର ଦିନ ଭାଲୁବାହାଲି ଗାଁର ଧନିଦାସ ମାଝି,ପତ୍ନି ଲିଜା ମାଜି ଙ୍କ ଗାଁର କିଛି ଲୋକଙ୍କ ବାହାର ରାଜ୍ୟ କୁ ଦାଦନ ଖଠାିଇବା ନେଇଥିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଶ୍ରମିକ ମାନଙ୍କୁ ଟ୍ରେନ ଯୋଗେ ବସାଇ ହାଇଦ୍ରାବାଦ ର ୱାରେଙ୍ଗଳ ଷ୍ଟେସନ ରେ ଓହ୍ଲାଇଦେଇଥିଲା ।ତେବେ ଟ୍ରେନ ଦୁର୍ଘଟଣାରେ ସେଠାରେ ପତ୍ନିର ମୃତ୍ୟ ଘଟିଥିବା ବେଲେ ସ୍ୱାମୀ ଧନିଦାସ କୁ ଗୁରୁତର ଭାବରେ ଜିଆରପି ପୁଲିସ ଉଦ୍ଦାର କରି ୱାରେଙ୍ଗଳ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଘଟଣା ପରଠୁ ଆଉ ଧନିଦାଶ ଙ୍କ ପତ୍ତା ମିଲୁନାହିଁ ।ତାଙ୍କଠାରୁ ବଇନା ଟଙ୍କା ଆଦୟ ଏବଂ ଘଟଣାକୁ ରଫାଦାଫ କରିବାକୁ ଦାଦନ ଦଲାଲ ମାନେ ଅପହରଣ କରିନେଇଥିବା ଅଭିଯୋଗ ହେଉଛି ।

କାରଣ ସାଙ୍ଗରେ ଯାଇଥିବା ଶ୍ରମିକ ମାନଙ୍କୁ ଦଶରଥ ବାଗ ଟଙ୍କାଦେଇ ବାହାର ରାଜ୍ୟ କୁ ଦାଦନ ଖଟାଇବାକୁ ନେଉଥୁବାରୁ କିଛି କହିବା ସେମାନେ ମୁହଁ ଖୁଲୁନାହନ୍ତି । ଏମିତିରେ ପୁରା ଘଟଣା ରହସ୍ୟ ଜନକଥିବାବେଲେ କୋହଲ ଦଫା ଲଗାଇ ନିଦାବିଷ୍ଣୁ ସାଜିଛି ବେଲପଡା ପୁଲିସ ।ଏନେଇ ସପୃକ୍ତ ଦାଦନ ଦାଲାଲ ଙ୍କ ସହିତ ଯୋଗେଯାଗ କରିବାରୁ ମୋବଇିଲ ବନ୍ଦଥିବାବେଲେ ବେଲପଡା ଥାନା ଅଧରକାରୀ ସୁଶାନ୍ତ କୁମାର ଦାସ ତଦନ୍ତ ଚାଲିଥିବା କହିଛନ୍ତି । ଅନ୍ୟପଟେ ଦାଦନ କାରବାର ପାଇଁ ଉପଖଣ୍ଡ ପୁଲିସ ଅଧିକାରି ଠୁ ତଲିଆ କର୍ମଚାରୀ ସମସ୍ତଙ୍କୁ ଲକ୍ଷାଧିକ ଟଙ୍କା ବଟିଦେଇ ବେଆଇନ ଦାଦନ କାରବାର ଚାଲିଥିବା ରୁ ସବୁଜାଣି ପୁଲିସ ନିରବ ରହୁଥୁବା ଜଣାପଡୁଛି । ଜିଲ୍ଲା ପୁଲିସ ଆରକ୍ଷି ଏଦିଗରେ ଦୃଷ୍ଟି ନ୍ୟାୟ ଦେବାକୁ ଦାବି ହେଉଛି ।