୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ପୁରୀ ଶ୍ରୀ କ୍ଷେତ୍ର ମହୋଉତ୍ସବ ଲାଗି ଏକ ପ୍ରସ୍ତୁତି ବୈଠକ ଜି ମହାସଂଘ ର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଭୁବନେଶ୍ୱର ସ୍ଥିତ ହୋଟେଲ୍ ସିଟି ରେସିଡେଣ୍ଟସି ଠାରେ ଅନୁଷ୍ଠିତ ହୋଇ ଅଛି । ମହାସଂଘ ର ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟ ପନ୍ଥା ବିଷୟରେ ଆଲୋଚନା କରାଯିବା ସହ ଆସନ୍ତା ଡିସେମ୍ବର ମାସ ୨୮ ଏବଂ ୨ ୯ ତାରିଖ ୨ ଦିନ ଧରି ପୁରୀ ଶ୍ରୀ କ୍ଷେତ୍ର ମହୋଉତ୍ସବ ପୁରୀ ଅର୍ଣ୍ଣ ପୁର୍ଣ୍ଣା ଭବନ ଠାରେ ପାଳନ କରାଯିବ ।
ଏହି ଉତ୍ସବ କୁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା କଳା କାର ମାନଙ୍କ ଦ୍ଵାରା ବିଭିନ୍ନ ଲୋକ କଳା ପ୍ରଦଶର୍ନ ହେବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କଳା କାର ମାନଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ହୋଇଅଛି । ଏହି ଉତ୍ସବ ପରିପେଖି ରେ ମହାସଂଘ ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ର ରୁ ଏକ ଶୋଭା ଯାତ୍ରା ବାହାରି ନାମ ସଂକ୍ରିତନ୍ ସହ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟ କ୍ରମ ରହିଛି ।
ଏହି ପ୍ରସ୍ତୁତି ବୈଠକ କ ରେ ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ବିନୋଦ କୁମାର ଭୋଇ ଉପସଭାପତି ପ୍ରସନ୍ନ ପାତ୍ର, କାର୍ଯ୍ୟକାରୀ ସଭାପତି ନନ୍ଦକିଶୋର ସାହୁ, ଉନ୍ନୟନ ସମ୍ପାଦକ ବିଜନ କୁମାର ମହାନ୍ତି, ଉପଦେଷ୍ଟା ଇ ଂଲଡୁ କିଶୋର ପଡିଆରି ,ରାଜ୍ୟ ସଂଯୋଜକ ଚନ୍ଦ୍ର ଶେଖର ସାମଲ,କାର୍ଯ୍ୟନିର୍ବାହୀ ପଦ୍ମଚରଣ ବେଉରା, ମାନବାଅଧିକାର କର୍ମୀ ସୁକାନ୍ତ କୁମାର ପଣ୍ଡା , ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ଦାସ, ରଞ୍ଜନ କୁମାର ମୁଦୁଲି ,ଜଗନ୍ନାଥ ଷଡ଼ଙ୍ଗୀ, ଧର୍ମରାଜ ସାହୁ ବରଗଡ଼ ଏବଂ ପ୍ରବାଶିନି ମହାପାତ୍ର ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ ।