୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ଆଧୁନିକତାର ସ୍ପର୍ଶ ପାଇ ବଦଳି ଚାଲିଛି ଓଡ଼ିଶାର ରୂପରେଖ, ବିକାଶର ବିନ୍ଧାଣୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦୃଢ଼ ନେତୃତ୍ଵରେ ଆଜି ରାଜ୍ୟରେ ରୂପାନ୍ତରିତ ହୋଇଚାଲିଛି ଶିକ୍ଷା ଠାରୁ ସ୍ବାସ୍ଥ୍ୟ ସେବା ଯାଏଁ ସମସ୍ତ ବ୍ୟବସ୍ଥା । ଆମ ରାଜ୍ୟ ଓଡ଼ିଶାକୁ ଏକ ନୂଆ ଦିଶା ଦେବା ପାଇଁ ପ୍ରିୟ ମୁଖ୍ୟମନ୍ତ୍ରୀ ଯେପରି ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଆମର କର୍ତ୍ତବ୍ୟ ନବୀନ ଓଡ଼ିଶା ଗଠନ ରେ ଆମେ ତାଙ୍କୁ ସାଥ ଦେବା ତାଙ୍କ ହାତ ମୁଠାକୁ ମଜଭୁତ କରି, ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା । ଏଥି ପାଇଁ ଉତ୍ସାହର ସହ ପ୍ରସ୍ତୁତ ଅଛନ୍ତି ବିଜେଡିର ପ୍ରତିଟି ସକ୍ରିୟ ସଦସ୍ୟ, ଲକ୍ଷ୍ୟ ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ।

ଏହି ପରିପ୍ରେକ୍ଷୀରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଜେ. ଏନେ କଲେଜ କୁଆଁପାଳ ପଡ଼ିଆରେ ୨ ଦିନ ଧରି ଚାଲିଥିବା ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ୩୯,୪୦,୪୧,୪୨ ନଂ ଜୋନର ସକ୍ରୀୟ କର୍ମୀ ଯୋଗଦେଇଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ମାନ୍ୟବର ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ (ବାପି ଭାଇ)

ଶଙ୍ଖ ଭବନରୁ ଆସିଥିବା Trainer ତୁମ୍ଭନାଥ ପଣ୍ଡା ମୁଖପାତ୍ର ବିଜୁ ଜନତା ଦଳ ଓଡିଶା, ରାଜେଶ ଦାସ ବିଜୁ ଯୁବ ଜନତା ଦଳ ସଭାପତି କେନ୍ଦ୍ରାପଡ଼ା, ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ସଭାପତି ରାଜ କିଶୋର ଜେନା, ସମସ୍ତ ଜୋନ ଜିଲ୍ଲାପରିଷଦ, ଜୋନ ସଭାପତି, ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା, ଯୁବ ଛାତ୍ର ଓ ମହିଳା ମାନେ ଯୋଗଦେଇଥିଲେ।
















