୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକରେ ବିଜେଡି ସକ୍ରିୟ ସଭ୍ୟ ବୈଠକ ବିଧାୟକ ରମେଶ ବେହେରାଙ୍କ ନେତୃତ୍ୱରେ ସଫଳତାର ସହ ଦ୍ଵିତୀୟ ଦିନରେ ପହଁଚିଲା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଚାଲିଥିବା ଦଶପଲ୍ଲା ବ୍ଲକ ୦୯ ନଂ ଜୋନ ଓ NAC ଦଶପଲ୍ଲା ୦୮ ଗୋଟି ୱାର୍ଡ ର ବିଜୁ ଜନତା ଦଳ ସକ୍ରିୟ ସଭ୍ୟ ସଭ୍ୟା ଙ୍କ ନିମନ୍ତେ ଆୟୋଜିତ ପ୍ରଶିକ୍ଷଣ ଶିବିର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମ କୁ ମାନ୍ୟବର ସାଂସଦ କନ୍ଧମାଳ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ମାନ୍ୟବର ବିଧାୟକ ରଣପୁର ଶ୍ରୀଯୁକ୍ତ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ୧୨୦୦ ଜଣ କର୍ମକର୍ତ୍ତା ଓ ଜନ ପ୍ରତିନିଧି ଯୋଗ ଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ l
















