କାହାପାଇଁ ଉଦ୍ଧାର ଗାଁରେ ପହଞ୍ଚିଲା ସ୍ତ୍ରୀର ମୃତଦେହ – ଟଙ୍କା ପାଇ ବନ୍ଧାପଡିଛି ସ୍ୱାମୀ

ଘଟଣା ଚପାଇବାକୁ ଟଙ୍କା ଯାଞ୍ଚୁଛନ୍ତି ଦାଦନ ସର୍ଦ୍ଦାର ,ସବୁଜାଣି ଅଜଣା ହେଉଛି ପୁଲିସ,

୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :->  ବଲାଙ୍ଗିର ଜିଲ୍ଲା ରେ ପୁଣି ଜଣେ ଦାଦନ ଦୁଃଖ ଦେଖିବାକୁ ମିଳିଛି ।ବାହାର ରାଜ୍ୟ କୁ ଦାଦନ ଯାଇ ଶବ ହୋଇ ଗାଁ ଫେରିଛନ୍ତି ମହିଲା ଶ୍ରମିକ ।ମୃତ ଦାଦନ ଶ୍ରମିକ ହେଲେ ବେଲପଡା ଥାନା ଭାଲୁବାହାଲି ଗାଁର ଲିଜା ମାଝି(୩୮) ।ପରିବାର ସହ ବାହାର ରାଜ୍ୟ ହାଇଦ୍ରାବାଦ ଅଚଂଲ କୁ ଦାଦନ ଖଟିବାଇ ଯାଉଥୁବା ବେଲେ ଟ୍ରେନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡୁଛି ।

ଅନ୍ୟପଟେ ଟଙ୍କା ଆଦୟ କରିବାକୁ ଯାଇ ଗୁରୁତର ସ୍ୱାମୀର ଅପହରଣ କରି ନେଇଥିବା ଜଣାପଡୁଛି ।ତେବେ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ।ଆଜି ଗାଁ ଶଶ୍ମାନ ରେ ମୃତକର ସତ୍କାର କରାଯାଇଥିବା ବେଲେ ଘଟଣାକୁ ଚାପିବାକୁ ଦାଦନ ସର୍ଦ୍ଦାର ଲୋକ ମାନେ ପରିବାର ଉପରେ ଚାପ ପକାଉଥୂବା ଦେଖିବାକୁ ମିଲିଛି ଲକ୍ଷାଧିକ ଟଙ୍କା ଯାଚି କେସ କୁ ଉଠାଇ ଆଣିବାକୁ ଧମକ ଚମକ ଦେଉଥୁବା ଜଣାପଡିଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବେଲପଡା ଥାନା ଡକରା ଗାଁର ଦାଦନ ଦଲାଲ ଦଶରଥ ବାଗ ଭାଲୁବାହଲି ଗାଁର ଧନିଦାଶ ,ସ୍ତ୍ରୀ ଲିଜା ,ଆଉ ୩ବର୍ଷର ଛୋଟ ଛୁଆ ସହ ଗାଁର କିଛିଲୋକ କୁ ଗତ ୫ ତାରିଖ ଦିନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଟ୍ରେନ ଯୋଗେ ବାହାର ରାଜ୍ୟ ହାଇଦ୍ରାବାଦ ଅଚଂଳ କୁ ଦାଦନ ଖାଟାଇବାକୁ ନେଇଥିଲା । ୱାରେଙ୍ଗଳ ଷ୍ଟେସନ ରେ ଓହ୍ଲାଇଥିଲେ ଓହ୍ଲାଇବା ସମୟରେ ସ୍ତ୍ରୀ ର ମୃତ୍ୟୁ ଘଟିଥିବା ବେଲେ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଥିଲେ ।

ଅନ୍ୟପଟେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ର ମୃତ୍ୟ ଘଟିଥିବା ବେଲେ ଗୁରୁତର ସ୍ୱାମୀ କୁ ଜିଆରପି ପୁଲିସ ଉଦ୍ଦାର କରି ୱାରେଙ୍ଗଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ଦାଦନ ଦାଲାଲ ମାନେ ମିଶି ଏମ୍ବୁଲାନ୍ସ ଯୋଗେ ମୃତ ଶରିର କୁ ଗାଁ କୁ ପଠାଇ ଦେଇଥିବା ବେଲେ ଟଙ୍କା ଆଦାୟ ପାଇଁ ସ୍ୱାମୀ କୁ ଅପହରଣ କରିନେଇଥିବା ଅଭିଯୋଗ ହେଉଛି ।ଅନ୍ୟପଟେ ସର୍ଦ୍ଦାର ଜଣକ ସ୍ଥାନୀୟ ପୁଲିସ କୁ ଲକ୍ଷାଧିକ ଟଙ୍କା ବଟିଦେଇ ବେଆଇନ ଦାଦନ ଚାଲାଣ କରୁଥୂବା ବେଲେ ଘଟଣା ଘଟିବା ପରେ ସବୁଜାଣି ଅଜଣା ହେଉଥୁବା ଜଣାପଡୁଛି ।

ମୃତକର ଶଶୁର ରଣଜିତ ମାଝି ବେଲପଡା ଥାନାରେ ଅଭିଯୋଗ ପରେ ପୁଲିସ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଛି ।ମାଁ ଙ୍କ ମୃତ୍ୟୁ ପରେ ବେସାହାର ହୋଇପଡିଛନ୍ତି ଛୁଆମାନେ କେମିତି ପାଠ ପଢିବେ କଣ ଖାଇବେ ସେନେଇ ଚିନ୍ତାରେ ରହିଛନ୍ତି । ଖବର ପାଇ ବେଲପଡା ତହସିଲଦାର ବନ ବିହାରୀ ହରପାଳ ଗାଁ ରେ ପହଁଚି ତଦନ୍ତ ଆରମ୍ଭ କରି ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ |ଏନେଇ ବେଲପଡା ଥାନା ଅଧିକାରୀ କୁ ଯୋଗାଯୋଗ କରିଥିଲେ ହିଁ ସମ୍ଭବ ହୋଇନଥିବା ବେଳେ ଏସପି ଏଦିଗରେ ଦୃଷ୍ଟିଦେଇ ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବୀ ହେଉଛି ।