No Result
View All Result
୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଓଡିଶା ଆସେକା ରାଇରଙ୍ଗପୁର ଶାଖାର ଆଜୀବନ ସଦସ୍ୟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଦିବାସୀ ଭବନ – ଇଚିଣ୍ଡା ରାଇରଙ୍ଗପୁର ଠାରେ ଶ୍ରୀ ଶ୍ୟାମ ଚରଣ ମାର୍ଣିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଇରଙ୍ଗପୁର ଆସେକାର ଆର୍ଥିକ-ଅନିୟମିତତା ଏବଂ ନଥିପତ୍ର ତଥା ବହି-ଖାତାର ଆର୍ଥିକ ହିସାବ-ନିକାସର ଆୟ-ବ୍ୟାୟ ସଠିକ ଭାବରେ ନଥିବାରୁ ଆସେକାର ଆଜୀବନ ସଭ୍ୟ-ସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରିଥିଲେ , ଆସେକା କାର୍ଯ୍ୟନିର୍ବାହୀ କମିଟିକୁ ବାରମ୍ବାର ଲିଖିତ-ଭାବେ ଖାତାପତ୍ର ନିରୀକ୍ଷଣ ପାଇଁ ଆଜୀବନ ସଦସ୍ୟଙ୍କ ଦ୍ଵାରା ଦାବି କରିବା ସତ୍ତ୍ବେ ରାଇରଙ୍ଗପୁର ଆସେକା ର ପଦାଧିକାରୀ ମାନେ ଖାତାବହି ଯାଞ୍ଚ କରିବା ପାଇଁ ସିଧାସଳଖ ଆଜୀବନ ସଦସ୍ୟଙ୍କୁ ଦେଖାଇବା ପାଇଁ ମନା କରୁଛନ୍ତି ।
ଆସେକାର ଆଜୀବନ ସଦସ୍ୟ ମାନେ ଏହି ଅନିୟମିତତା ସମ୍ପର୍କ ରେ ଉପଜିଲ୍ଲାପାଳ ରାଇରଙ୍ଗପୁରକୁ ଅବଗତ କରି ହସ୍ତକ୍ଷେପ ଓ ଅନିୟମିତତାର ଯାଞ୍ଚ ପାଇଁ ଦାବି କରିଥିଲେ ଏବଂ ଏହି ସମ୍ବନ୍ଧରେ ଉପଜିଲ୍ଲାପାଳ ମହୋଦୟ ଉଭୟ ପକ୍ଷଙ୍କ ଆଲୋଚନା ପାଇଁ ଡାକି ଥିଲେ, ଏବଂ ସବୁ ସମସ୍ୟାକୁ ଅନୁଧ୍ୟାନ କରି ରାଇରଙ୍ଗପୁର ଆସେକା ପଦାଧିକାରୀ ମାନଙ୍କୁ ଅକ୍ଟୋବର ୧୫-ତାରିଖ ସୁଦ୍ଧା- ଖାତା ପତ୍ର ଓ ହିସାବ-ନିକାସ ଆଜୀବନ ସଦସ୍ୟଙ୍କୁ ଦେଖାଇବା ପାଇଁ ନିର୍ଦ୍ଦେଶନାମା ବୈଠକରେ ଦେଇଥିଲେ ।
କିନ୍ତୁ ରାଇରଙ୍ଗପୁର ଆସେକାର ପଦାଧିକାରୀ ମାନେ ଜାଣିଶୁଣି ବାରମ୍ବାର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ ବେଖାତିର କରି ବିଭିନ୍ନ ଆଳ ଦେଖାଇ ଗଡାଇ ଚାଲିଛନ୍ତି । ଏହି ଦିଗରେ ଆଜିକାର ବୈଠକରେ ଆଜୀବନ ସଦସ୍ୟମାନେ ଏକତ୍ରିତ ହୋଇ ପୂଁଖନୁପୁଁକ ଭାବରେ ଆଲୋଚନା କରିଥିଲେ ଏବଂ ଆଲୋଚନା ପରେ ସର୍ବସମ୍ମତି କ୍ରମେ ଆସେକାର କାର୍ଯ୍ୟନିର୍ବାହୀ ପଦାଧିକାରୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବୈଠକରେ ସ୍ଥିରୀକୃତ କରାଗଲା ଏବଂ ଆଗକୁ ଓଡ଼ିଶାର ସରକାରଙ୍କ ସୋସାଇଟି ରେଜିଷ୍ଟ୍ରେସନ ଅକ୍ଟ-ଅନୁୟାୟୀ ଉଚିତ ଆଇନଗତ ପଦକ୍ଷେପ ନେବା ପାଇଁ ରାଇରଙ୍ଗପୁର ମୈଜିଷ୍ଟ୍ରେଟ ପାଖରେ ଆବେଦନ ପତ୍ର ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଗଲା ।
ଏହି ବୈଠକରେ ବିଶେଷ ଆମନ୍ତ୍ରିତ ଅତିଥି ଭାବେ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ପୂର୍ବତନ ବିଧାୟକ ବହଳଦା ଓ ଆଜୀବନ ସଦସ୍ୟ ଶ୍ରୀ ମଦନମୋହନ ସୋରେନ ,ଶ୍ୟାମ ଚରଣ ମାର୍ଣ୍ଡି, ମୋଚିରାମ ମାଝୀ, ଜଗନ୍ନାଥ ସୋରେନ, ନୁନାରାମ ମାଝୀ, ଦେବୀପ୍ରସନ୍ନ ବେସ୍ରା , ଲାଲମୋହନ ବାସ୍ଖେ , ନାରାୟଣ ମାଝୀ, ଚୁନିୟାନ ରଘୁନ ମୁର୍ମୁ, ସରଦାର ସୁଧୀର ଟୁଡୁ, ଫାତେ ସିଁହ ସୋରେନ, ରଞ୍ଜନ ଟୁଡୁ, ଶ୍ରୀମତୀ କାମିନୀ ସୋରେନ,
ଶ୍ରୀମତୀ ସୋନାମୁଣି ମାର୍ଣ୍ଡି ,ସୁପାଇ ମାର୍ଣ୍ଡି, ନରେନ୍ଦ୍ର ହାଁସଦା ,ଈଶ୍ବରଚନ୍ଦ୍ର ବାସ୍କେ ,ବାରିୟାଳ ମାଝୀ, ଗୋପୀନାଥ ବେସ୍ରା, ଖୁଦିରାମ ମାର୍ଣ୍ଡି, ଅନନ୍ତ ଚରଣ ହାଁସଦା, ପରେଶ ଚନ୍ଦ୍ର ସୋରେନ, ମଙ୍ଗଳ ସୋରେନ, ନାନକରାମ ସୋରେନ ଓ ଶ୍ରୀ ଜଗନ୍ନାଥ ସୋରେନ ସମାଜସେବୀ କର୍ମକର୍ତ୍ତା ତଥା ବିଭିନ୍ନ ଗଣମାଧ୍ୟମର ପତ୍ରକାର ବନ୍ଧୁମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସଭାଶେଷରେ ଜଗନ୍ନାଥ ସୋରେନ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result