No Result
View All Result
୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ନୂତନ ଭୋଟର ଦାତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯେଉଁ ମାନଙ୍କର ୧୭ ବର୍ଷ ଉଭର ରହିଛି ଓ ୧୮ ବର୍ଷ ଯଦି ଡିସେମ୍ବର ମାସ ଶେଷ ସୁଧା ହେଉଥିବ ସେମାନେ ମଧ୍ଯ ନିଜର ନାମ ପଞ୍ଜୀକରଣ କରିପାରିବେ। ଯଦି ଦୁଇ ଜାଗାରେ ଭୋଟର ତାଲିକା ରହିଛି ସେମାନେ ସେମାନଙ୍କ ର ଭୋଟର ତାଲିକା ନିଜର ସୁବିଧା ମୁତାବକ ଭୋଟର ତାଲିକାର ନାମ୍ ପରିବର୍ତ୍ତନ କରିପାରିବେ । ଯଦି ଭୋଟର ତାଲିକାର କୌଣସି ଭୂଲ ତୃଟି ଥିଲେ ତାହା ମଧ୍ଯ ସଂଶୋଧନ କରିପାରିବେ।
ଏହିଭଳି ସଂଶୋଧନ ଓ ସଚେତନ କାର୍ଯ୍ୟକ୍ରମ କୁ ଓଡିଶା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨୭ ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ଦୁଇଟି ନିର୍ବାଚନ ମଣ୍ଡଳୀ ରାଇରଙ୍ଗପୁର ( ସଂରକ୍ଷିତ )ଏବଂ ସାରସକଣା ( ସଂରକ୍ଷିତ) ର ଭୋଟର ମାନଙ୍କୁ ସଚେତନ କରିବା ପାଇଁ ଦୁଇଟି ସଚେତନତା ରଥକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସବୁଜ ପତକା ଦେଖାଇ ଗୁରୁବାର ଦିନ ଶୁଭାରମ୍ଭ କରିଛନ୍ତି ।
ଏହି ଦୁଇଟି ରଥ ରାଇରଙ୍ଗପୁର ପୌରାଞ୍ଚଳ ସମେତ ସମସ୍ତ ବଳକ ଏବଂ ଗ୍ରାମାଞ୍ଚଳରଜ ବୁଲି ବୁଲି ଡ଼ାକବାଜି ଯନ୍ତ୍ର ଏବଂ ପ୍ରଚାର ପତ୍ର ଦ୍ବାରା ଯୁବଠାରୁ ବୟସ୍କ ଭୋଟରଙ୍କୁ ସଚେତନ କରିବ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ନିର୍ବାଚନ ଅଧିକାରୀ ଲକ୍ଷ୍ୟ ରଖିଛନ୍ତି ।୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯୋଗ୍ୟ ଭୋଟର ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ,ତ୍ରୁଟି ସମାଧାନ ଓ ନାମ ବାଦ ଦେବାକୁ ଆବେଦନକାରୀ ଉଭୟ ଅନଲାଇନ ଓ ଅଫ ଲାଇନରେ ଆବେଦନ କରି ପାରିବେ । ନଭେମ୍ବର ୫,୧୧,୧୯ ଓ ୨୫ ତାରିଖରେ ସ୍ଵତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି ।
ଏହି ଦିନ ମାନଙ୍କରେ ବୁଥ ସ୍ତରୀୟ ଅଧିକାରୀ ( ଵିଏଲଓ) ନିକଟସ୍ଥ ମତଦାନ କେନ୍ଦ୍ରରେ ରହି ଆବେଦନ ଫର୍ମ ଗ୍ରହଣ କରିବେ । ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ତାଲିକାରେ ଯୋଗ,ବାଦ୍, ସଂଶୋଧନ ଏବଂ ସ୍ଥାନ ପରିବର୍ତ୍ତନ ଲାଗି ଆବେଦନ ଗ୍ରହଣ କରିପାରିବେ । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସରୋଜ ଦାସ, ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ର କର, ସହକାରୀ ଜିଲ୍ଲାପାଳ ରମେଶ ଚନ୍ଦ୍ର ନାୟକ, ଉମାକାନ୍ତ ପାତ୍ର,ପ୍ରସାଦ ବେହେରା, ଦୁର୍ଗା ପ୍ରସାଦ ଦାଶଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ମାନେ ସାମିଲ ହୋଇଥିଲେ ।
No Result
View All Result