ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ବିରୋଧରେ ବହୁ ଦଳୀୟ କର୍ମୀ ଓ ପୁରୁଖା ନେତାମାନଙ୍କ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ବିଧାୟକଙ୍କ ଦୁର୍ବଳ ନେତୃତ୍ୱ ଯୋଗୁଁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୩ଟି ଯାକ ଏନଏସି ବିଜେଡି ହାତରୁ ଖସିଛି । ଗଞ୍ଜାମ ଓ ଛତ୍ରପୁର ବ୍ଲକକୁ ବିଜେଡି ହାତେଇଥିଲ ମଧ୍ୟ ଛତ୍ରପୁର ବ୍ଲକ ବିଧାୟକ ବିରୋଧୀ ଗୋଷ୍ଠୀ ହାତରେ ।

୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଛତ୍ରପୁର :-> ଗଞ୍ଜାମରେ ରାମଚନ୍ଦ୍ରଙ୍କ ଦବଦବା : ବିଜେଡି ପାଇଁ ଛତ୍ରପୁର ଚିନ୍ତା, ଛତ୍ରପୁର ନିର୍ବାଚନ ମଣ୍ଡଳୀ ଲାଲଗଡ ରୂପେ ସାରା ଓଡ଼ିଶା ମାନଚିତ୍ରରେ ପରିଚିତ ଥିଲା । ନିର୍ବାଚନ ମଣ୍ଡଳୀ ଟି ଛତ୍ରପୁର ବ୍ଲକର ୧୮ ପଞ୍ଚାୟତ, ଗଞ୍ଜାମ ବ୍ଲକର ୧୫ ପଞ୍ଚାୟତ, ଛତ୍ରପୁର ଏନଏସି, ଗଞ୍ଜାମ ଏନଏସି ଓ ରମ୍ଭା ଏନଏସିକୁ ନେଇ ଗଠିତ । ୨୦୧୪ ପୂର୍ବରୁ ଛତ୍ରପୁରରେ କମ୍ୟୁନିଷ୍ଟ ପାର୍ଟିର ଦବଦବା ଥିଲା । କିନ୍ତୁ ଶାସକ ବିଜୁ ଜନତା ଦଳ ୨୦୧୪ ସାଧାରଣ ନିର୍ବାଚନରେ ସିପିଆଇ ସହ ମେଣ୍ଟରୁ ଦୂରେଇ ଯାଇ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଏକ ନୂଆ ଚେହେରା ପ୍ରଥମଥର କରି ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କୁ ବିଜେଡି ବିଧାୟକ ଟିକେଟ ଦେଇ ୨୨ ହଜାର ୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା ।
ପରବର୍ତ୍ତୀ ସମୟରେ ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କ ଗୋଟି ଚାଳନାରେ ଛତ୍ରପୁର ବ୍ଲକ କମ୍ୟୁନିଷ୍ଟ ଦଳରୁ ଛଡ଼ାଇ ଆଣି ବିଜେଡି ଅକ୍ତିଆରକୁ ଆଣିଥିଲା । ଲାଲଗଡ ରୂପେ ପରିଚିତ ଥିବା ଦୂର୍ଗକୁ ଭାଙ୍ଗି ପ୍ରାୟ ପଞ୍ଚାୟତର ପୁରୁଖା ନେତାମାନଙ୍କୁ ବିଜୁ ଜନତା ଦଳରେ ସାମିଲ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଦ୍ୱିତୀୟ ଥର ପାଇଁ ଟିକେଟ ଆଶାୟୀରୁ ବାଦ୍ ପଡି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସୁପାରିଶ କ୍ରମେ ସେତେବେଳେ ସୁବାଷ ଚନ୍ଦ୍ର ବେହେରା ଟିକେଟ ପାଇ ୨୧ ହଜାର ୫୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।
ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଟିକେଟରୁ ବାଦ୍ ପଡିବା ପରେ ତାଙ୍କର ସମର୍ଥକ ଏକ ବଡ଼ ଗୋଷ୍ଠୀକୁ ବର୍ତ୍ତମାନ ବିଧାୟକ ଶ୍ରୀ ବେହେରା ଏକ ପ୍ରକାର କୋଣଠେସା କରି ରଖିବା ସହ ଦଳୀୟ କାର୍ଯ୍ୟକ୍ରମରେ ଦୂରେଇ ରଖିଲେ । ବିଧାୟକ ଅଣଦେଖା କରିବା ସହ ଦଳର ପୁରୁଖା ଓ ସକ୍ରିୟ କର୍ମୀଙ୍କୁ ଅଣଦେଖା କରୁଥିବା ନେଇ ଖୋଲା ଖୋଲି ବିରୋଧ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ପଦଯାତ୍ରା, ବିଜୁ ଜୟନ୍ତୀ, ବିଜୁ ଶ୍ରାଦ୍ଧ ଦିବସ ସମାନ୍ତରାଳ ଭାବେ ଉଭୟ ଗୋଷ୍ଠୀ କରି ଆସୁଛନ୍ତି ।

ଯାହା ଗତ ପଞ୍ଚାୟତ, ପୌର ଓ ବିସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନରେ ବିଧାୟକଙ୍କ ଦୁର୍ବଳ ନେତୃତ୍ୱ ପଦାରେ ପଡ଼ିଛି । ବିଧାୟକଙ୍କ ଦୁର୍ବଳ ନେତୃତ୍ୱ ଯୋଗୁଁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୩ଟି ଯାକ ଏନଏସି ବିଜେଡି ହାତରୁ ଖସିଛି । ଗଞ୍ଜାମ ଓ ଛତ୍ରପୁର ବ୍ଲକକୁ ବିଜେଡି ହାତେଇଥିଲ ମଧ୍ୟ ଛତ୍ରପୁର ବ୍ଲକ ବିଧାୟକ ବିରୋଧୀ ଗୋଷ୍ଠୀ ହାତରେ । ଏଭଳି ଛତ୍ରପୁର ବ୍ଲକ ବିଧାୟକ ଗୋଷ୍ଠୀ ଓ ବିଧାୟକ ବିରୋଧୀ ଗୋଷ୍ଠୀ ବିବାଦୀୟ ସ୍ଥିତିରେ ବିକାଶମୂଳକ କାର୍ଯ୍ୟରେ, ମନରେଗା ଆଦିରେ ଛତ୍ରପୁର ବ୍ଲକ ୨୨ ନମ୍ବରରେ ।
ନରେନ୍ଦ୍ରପୁର ପଞ୍ଚାୟତ ଖୋଦ୍ ବିଧାୟକଙ୍କ ନିଜ ପଞ୍ଚାୟତ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ନିଜ ସମର୍ôଥତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ସୁଦ୍ଧା ପରାଜୟ ହୋଇଥିଲା ଓ ସେଠାରେ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ସମର୍ôଥତ ପ୍ରାର୍ଥୀ ସରପଂଚ ଓ ସମିତି ସଭ୍ୟ ୫୪୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ବିରୋଧରେ ବହୁ ଦଳୀୟ କର୍ମୀ ଓ ପୁରୁଖା ନେତାମାନଙ୍କ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ଅତି ନିକଟରେ ଗଞ୍ଜାମ ସହରରେ ୫ ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀଙ୍କୁ ନେଇ ଏକ ସାଧାରଣ ସଭା ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ସେଠାରେ ବିଧାୟକଙ୍କୁ ଅନେକ କଟୁ ସମାଲୋଚନା କରି ଘାସ ପାଳ ବିଧାୟକ ବୋଲି କହିଥିଲେ । ଏପଟେ ଛତ୍ରପୁର ବ୍ଲକର ଅଧିକାଂଶ ପଞ୍ଚାୟତରେ ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କ ଦବଦବା ଥିବା ବେଳେ ଗଞ୍ଜାମ ବ୍ଲକରେ ପୂର୍ବତନ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କ ରହିଛି ଦବଦବା । ବର୍ତମାନର ବିଧାୟକଙ୍କୁ ଖୋଲାଖୋଲି ଦୁଇ ପୂର୍ବତନ ବିଧାୟକଙ୍କ ସମର୍ଥକ ମାନେ ବିରୋଧ କରି ଆସୁଛନ୍ତି ।
ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ଦୀର୍ଘ ଦିନ ଅନୁପସ୍ଥିତିକୁ ସାଧାରଣ ଲୋକେ ଓ ଦଳୀୟ କର୍ମୀ ଖୋଜୁଛନ୍ତି । ତାଙ୍କ ସମୟରେ ମହିଳା ଗୋଷ୍ଠୀ, ଯୁବ ବାହିନୀ, ଯୁବ ଛାତ୍ର, ବହୁ ପୂର୍ବତନ ସରପଂଚ, ସମିତି ସଭ୍ୟ ଓ ବର୍ତମାନ ବହୁ ସରପଞ୍ଚ ଓ ସମିତି ସଭ୍ୟମାନେ ବରାବର ସମ୍ପର୍କରେ ରହି ଆସୁଛନ୍ତି । ଏଭଳି ଗୋଳିଆ ସ୍ଥିତିରେ ଦଳ କାହାକୁ ଆଣିଲେ ଅସଜଡା ସଂଗଠନ କୁ ପୁଣି ପୂର୍ବ ପରି ସ୍ଥିତିକୁ ଫେରି ଆସିବ ତାହା ଆଗାମୀ ଦିନରେ ଜଣା ପଡ଼ିବ ।














