No Result
View All Result
ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ
ଜଗନ୍ନାଥ ସଂସ୍କୃତି ର ପ୍ରସାର,ମଠ ମନ୍ଦିର ସୁରକ୍ଷା ସହିତ ଗାଁ ର ବିକାଶ ମୂଳଲକ୍ଷ୍ୟ
୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :-> ଢେଙ୍କାନାଳ ଜିଲ୍ଲାରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଜିଲ୍ଲାର ୮ଟି ବ୍ଲକରେ ସମସ୍ତ ୨୧୨ ଟି ପଞ୍ଚାୟତରେ ୩ ହଜାର ୫୩ଟି ପ୍ରକଳ୍ପ ପାଇଁ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଲେଖାଏଁ ମୋଟ ୧୦୬ କୋଟି ଟଙ୍କାର ଅନୁଦାନ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଗାଁର ବିକାଶ ଶସକ୍ତ ଓଡିଶାର ପ୍ରତିଛବି । ପ୍ରତେକ ଗାଁରେ ସଂସ୍କୃତିର ସୁରକ୍ଷା ଦିଗରେ କାର୍ଯ୍ୟ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନ ମିନି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଜିଲ୍ଲାର ସମସ୍ତ ୨୧୨ ଟି ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ୧୦୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବାରୁ ସେ ବେଶ୍ ଖୁସି ବୋଲି କହିଥିଲେ । ଶାନ୍ତି, ମୈତ୍ରୀ, ଭାଇଚାରା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ସଂସ୍କୃତି ସୁରକ୍ଷା ଉପରେ ଜୋର ଦିଆଯାଇଛି । ସମସ୍ତଙ୍କ ଉନ୍ନତି, ସମସ୍ତଙ୍କ ବିକାଶ ଲକ୍ଷ ରହିଛି । ଗାଁରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ହେବ, ପ୍ରାଥମିକ ସ୍କୁଲ, ବ୍ୟାଙ୍କ ସେବା, ଖେଳ ପଡିଆ ମିଳିବ ।
ମଞ୍ଜୁର ହୋଇଥିବା ଅନୁଦାନ ସ୍ବଚ୍ଛତାର ସହ ଖର୍ଚ୍ଚ ହେବା ଉପରେ ଦୃଷ୍ଟି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀରେ ୧୫ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ୬ ଟି ସେତୁ ନିର୍ମାଣ ପାଇଁ ୨୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏକତାଳି ଠାରେ ମିନି ଷ୍ଟାଡିୟମ ଓ ପାଠାଗାର ପାଇଁ ୪.୨୯ କୋଟି ମଞ୍ଜୁର କରାଯାଇଛି। ଏହା ସହିତ ୪ ଟି କଲେଜ, ୨ ଟି ହାୟର ସେକେଣ୍ଡାରୀ ସ୍କୁଲ ଓ ୨ ଟି ଭିତ୍ତିଭୂମୀ ପ୍ରକଳ୍ପ ରହିଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ବି ଡି ଓ କଲ୍ୟାଣ ସୌରଭ ଦାଶ ଏବଂ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଏବଂ “ଆମ ଓଡିଶା ନବୀନ ଓଡିଶା” ର ଅଧ୍ୟକ୍ଷ ଶ୍ରୀ ଭି. କେ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏଥିରେ ଜଗନ୍ନାଥ ସଂସ୍କୃତିର ଉନ୍ନତି ସହ ଖେଳପଡିଆ, ଭାଗବତଟୁଙ୍ଗୀ, ପ୍ରାଥମିକ ବିଦ୍ୟାଳୟର ଉନ୍ନତି କରାଯିବ । ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ସମେତ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ରମେଶ ଚନ୍ଦ୍ର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଆତ୍ମା ଅଧ୍ୟକ୍ଷ ସୁଧାକର ସାହୁ, ପୂର୍ବତନ ସମିତି ସଭ୍ୟ ଅମୂଲ୍ୟ ଦ୍ବିବେଦୀ,ବିଜେଡି ନେତା ରାକେଶ ଆଇଚ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ସମସ୍ତ ସରପଞ୍ଚ , ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଙ୍କ ସମେତ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇଥିଲେ ।
No Result
View All Result