୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ପୂର୍ବତନ ମନ୍ତ୍ରୀ ତଥା ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାହାଙ୍ଗା ବ୍ଲକ ୩୯ ଏବଂ ୪୧ନଂ ଜୋନ୍ ର ପ୍ରଶିକ୍ଷକ ଶିବିର ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ବାର୍ତ୍ତା କିପରି ଘରେ ଘରେ ପହଞ୍ଚି ପାରିବ ଏବଂ ତୃଣମୂଳ ସ୍ତରରେ କିପରି ଦଳ କୁ ମଜବୁତ୍ କରାଯାଇପାରିବ ସେହି ବାବଦରେ ପ୍ରଶିକ୍ଷଣ ଦେଇଥିଲେ ।

ଉକ୍ତ ପ୍ରଶିକ୍ଷଣ ଶିବିରରେ ଶଙ୍ଖ ଭବନରୁ ଆସିଥିବା Trainer ତୁମ୍ଭନାଥ ପଣ୍ଡା ମୁଖପାତ୍ର ବିଜୁ ଜନତା ଦଳ ଓଡିଶା, ରାଜେଶ ଦାସ ବିଜୁ ଯୁବ ଜନତା ଦଳ ସଭାପତି କେନ୍ଦ୍ରାପଡ଼ା, ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ସଭାପତି ରାଜ କିଶୋର ଜେନା,

ମାନ୍ୟବର ଜନପ୍ରିୟ ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ଵାଳ, ପ୍ରତି ଜୋନ ର ଜିଲ୍ଲାପରିଷଦ,ଜୋନ ସଭାପତି, ଜୋନର ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା, ଯୁବ ଛାତ୍ର ଓ ମହିଳା ମାନେ ଯୋଗଦେଇଥିଲେ ।















