ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ
୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> ରେଳ ମାନଚିତ୍ରରୁ ଫୁଲବାଣୀ ବାଦ୍ ପଡ଼ିବା ପ୍ରତିବାଦରେ ଆସନ୍ତା ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ କରାଯିବ। ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ଏନେଇ କନ୍ଧମାଳ ବିକାଶ ପରିଷଦର ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଫୁଲବାଣୀ ସ୍ଥିତ ବନାନୀ କଳା ପରିଷଦ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି ।
ଗୋପାଳପୁର-ଫୁଲବାଣୀ-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସତ୍ତ୍ବେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସର୍ଭେ ସଂସ୍ଥା ଓରିଡଲ୍ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ) ସଂସ୍ଥା ଶେଷ ପର୍ଯ୍ୟାୟ ସର୍ଭେ ବେଳେ ପୂର୍ବ ମାନଚିତ୍ରକୁ ପରିବର୍ତ୍ତନ କରି ପ୍ରଦର୍ଶନ କରିଥିବା ନୂତନ ମାନଚିତ୍ରରେ ଏହି ପ୍ରକଳ୍ପରେ ଫୁଲବାଣୀକୁ ବାଦ୍ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
















