୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଦୀର୍ଘ ଦିନ ରୁ ଚାଲିଥିଲା ଚୋରାଚାଲାଣ କେଉଁଝର ରୁ କଲିକତା । ଆଜି ମୟୂରଭଞ୍ଜ ଜିଲ୍ଲା ବିଶୋଇ ପୋଲିସ ଦ୍ବାରା ବିଶେଷ ସୂତ୍ର ରୁ ଖବର ପାଇ ବିଶୋଇ ପୋଲିସ ଏକ ଘରେଇ ବସ ରେ କିଛି ବେଟେରି ଆଉ ଇଲେକ୍ଟ୍ରି ତାର ସହିତ ଗଞ୍ଜେଇ ବ୍ଯାଗ୍ କୁ ଜବତ କରିବାରେ ସଫଳ ହୋଇଥିଲେ । ସୂଚନା ଅନୁଯାଇ ଚାଲାଣ ହୋଉଥିବା ସୂଚନା ବିଶୋଇ O. I.C ମିନି ଭୋଇ ପାଇବା ପରେ ଟିମ୍ ତତ୍କାଳୀନ ଖଡ଼ମବେଡା ପଞ୍ଚାୟତ ର ରାଜାବସା ପାଖରେ ଚେକିଂ କରୁଥିବା ସମୟରେ କେଉଁଝର ରୁ କଲିକତା ଯାଉଥିବା ଅଗରୱାଲ ବସ କୁ ଅଟକ ରଖିଥିଲେ ।
ଅଟକ ପରେ ବସ୍ ରୁ ବେଟେରି, ଇଲେକ୍ଟ୍ରି ତାର ସହିତ 48 kg ଗଞ୍ଜେଇ ଜବତ କରିଥିଲେ l ବସ ରେ ଯାଉଥିବା ବେଟେରି ଏବଂ ତାର ର ମୂଲ୍ୟ ପ୍ରାୟ 4 ଲକ୍ଷ ଟଙ୍କା ଏବଂ ଗଞ୍ଜେଇ ର ମୂଲ୍ୟ ପ୍ରାୟ 8ରୁ 10 ଲକ୍ଷ ଟଙ୍କା ବୋଲି ବୋଲି ଅନୁମାନ କରାଯାଇଛି l ଗଞ୍ଜେଇ କାରବାର ରେ ସଂପୃକ୍ତ ଥିବା ଦୁଇ ଜଣ ମହିଳା ଏବଂ ଜଣେ ଯୁବକ କୁ ଅଟକ ରଖିଛନ୍ତି , ଜଣେ up ର ରାମସାକ୍ଷୀ ଦେବି, ଲାକି ବାନାର୍ଜୀ, ବରୁଣ ବାନାର୍ଜୀ ରହିଥିଲେ ।
ସମସ୍ତେ ପ୍ରାୟ ପଶ୍ଚିମ ବଙ୍ଗର ବୋଲି ଜଣା ପଡିଛି ଏବଂ ବେଟେରି, ତାର ରେ ସମ୍ପୃକ୍ତ ଥିବା ବସ କଣ୍ଡକ୍ତର ଅଜିତ କୁମାର ବେହେରା କୁ ମଧ୍ୟ ଅଟକ ରଖିଥିବା ଜଣାପଡିଛି । ପାରିପାର୍ଶ୍ବିକ କୁ ଦୃଷ୍ଟି ରଖି ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଏସ୍ ପି ଉମାଶଙ୍କର ମହାରଣା ଓ ରାଇରଙ୍ଗପୁର ଏସଡିପିଓ ଗୋକୁଳାନ୍ଦ ସାହୁ ଏକ ସାମ୍ବାଦିକ ସମ୍ମିଳନୀ ରେ ଜବତ ଘଟଣା ର ସମସ୍ତ ତଥ୍ୟ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିଲେ। ଘଟଣାରେ କେସ୍ ନଂ ୨୧୩୵୨୩ ରେ ଏକ ମାମଲା ରୁଜୁ କରି ବିଶୋଇ ପୋଲିସ ତଦନ୍ତ ଚଳାଇଛି।