No Result
View All Result
୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ହୁରଲାବେଡା ହାଟପଡିଆ ଠାରେ ଏକ ବିଶାଳ ସଭା ଜାରକାଣି ଶାଖା ଆସେକା ସଭାପତି ଦୁର୍ଗା ହେମ୍ବ୍ରମଙ୍କ ସଭାପତିତ୍ବରେ ଆଦିବାସୀ ସମ୍ପ୍ରଦାୟର ମାଝୀ ନାଇକେ ମାନଙ୍କର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ରାଇରଙ୍ଗପୁର ଆସେକା ସାମାଜିକ ସଂଗଠନ ସଂପାଦକ ସୁନ୍ଦର ମୋହନ ହେମ୍ବ୍ରମ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,
ଜାମଦା ପିଢ ସଂପାଦକ ଦୁଖୁରାମ ମୁର୍ମୁ, ଆସେକା ଆଇନ ପରାମର୍ଶଦାତା ଆଇନଜିବି ଲକ୍ଷ୍ମଣ ମାର୍ଣ୍ଡି, ରାଇରଙ୍ଗପୁର ଆସେକା ସଭାପତି ମନୋରଂଜନ ମୁର୍ମୁ, ସଂପାଦକ ଜିତେନ୍ଦ୍ରନାଥ ହାଁସଦାଃ, ଆସେକା ସାମାଜିକ ସଂଗଠନ ଅଧ୍ୟକ୍ଷ ସୂର୍ଯ୍ୟ ହେମ୍ବ୍ରମ,ବିଜାତଳା ଆସେକା ସଭାପତି ଲକ୍ଷ୍ମଣ କିସ୍କୁ, ଅଲଚିକି ଭାଷା ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଭୀମୱାର ମୁର୍ମୁ, ଉପରବେଡା ପିଢ ପାରଗାନା ତଥା ସରପଞ୍ଚ ଖେଲାରାମ ହାଁସଦାଃ ,
ପିଢ ପାରଗାନା ଦାକ୍ଷିନ୍ ହାଁସଦାଃ, ଫୁଦାନ ସୋରେନ, ଭାଗବତ ମାଝୀ, ଶାଙ୍ଖ ହେମ୍ବ୍ରମ ଓ ଦୁଃଖୁଶ୍ୟାମ ହାଁସଦାଃ ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ ବୈଠକରେ ପାରମ୍ପରିକ ଗ୍ରାମସଭାର ଅଧିକାର, ସାରନା ଧର୍ମ ଓ ସାନ୍ତାଳୀ ଅଲଚିକି ଭାଷାର ଉନ୍ନତିକରଣ ଓ ପାରମ୍ପରିକ ନାଚଗୀତକୁ କଳାକାର ଭତ୍ତାରେ ସାମିଲ କରିବା ଉପରେ ଅତିଥିଗଣ ଆଲୋଚନା ରଖିଥିଲେ |
ଉକ୍ତ ସଭାକୁ ରାଇରଙ୍ଗପୁର ଆସେକା ସାମାଜିକ ସଂଗଠନ ସଂପାଦକ ସୁନ୍ଦରମୋହନ ହେମ୍ବ୍ରମ ପରିଚାଳନା କରିଥିବା ବେଳେ ଜାମଦା ପିଢ ସଂପାଦକ ଦୁଖୁରାମ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ବିରାଟ ସଭାରେ ଲକ୍ଷ୍ମଣ ଟୁଡୁ, ସବାନ୍ ହାଁସଦାଃ, ବାସ୍ତା ମାର୍ଣ୍ଡି, ବସେନ କିସ୍କୁ, ରାମଜିତ ମାର୍ଣ୍ଡି, ସୁଗୁଦା ମୁର୍ମୁ ଓ ଘାସିରାମ ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ |
No Result
View All Result