ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) ଭୁବନେଶ୍ୱର :- ନିଖିଳ ଉତ୍କଳ ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମହାମାରୀର ମୁକାବିଲା ପାଇଁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କୁ ତାଙ୍କ ସରକାରୀ ବାସ ଭବନରେ ଭେଟି ସଂଘ ପକ୍ଷରୁ ଏହି ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ଚେକ୍ ଆକାରରେ ପ୍ରଦାନ କରାଯାଇଛି । ସଂଘର ସଭାପତି ଶ୍ରୀ ନିକୁଞ୍ଜ ମହାନ୍ତି, ସଂପାଦକ ଶ୍ରୀ ବିଧୁଭୂଷଣ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାସ, ପ୍ୟାରୀମୋହନ ଦାସ, ଉପ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତ ସିିଂହାର, ବୈକୁଣ୍ଠ ମହାରଣା,
ଯୁଗ୍ମ ସଂପାଦକ ଗଗନ ଚନ୍ଦ୍ର ମଙ୍ଗରାଜ, କୋଷାଧ୍ୟକ୍ଷ ଦେବେନ୍ଦ୍ର ମିଶ୍ର ଏବଂ ସଂଘର ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ଦାସଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ । ସେହିପରି ଏହି ସଂଘର ଅନ୍ୟତମ ସଦସ୍ୟ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଧୀରେନ୍ଦ୍ର କୁମାର ସାମନ୍ତରାୟ ସଂଘ ଜରିଆରେ ସ୍ୱତନ୍ତ୍ର ଭାବେ ୧୦ ହଜାର ୧୦୦ ଟଙ୍କାର ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ , ସଂଘ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଛି । କରୋନା ମୁକାବିଲା ସମୟରେ ସଂଘର ସଦସ୍ୟମାନେ ଆଗେଇ ଆସି ସହାୟତାର ହାତ ବଢାଇଥିବାରୁ ମନ୍ତ୍ରୀ ଶ୍ରୀ ଦାସ ସଂଘର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।