ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) (WHO) :- ଚାରିଆଡୁ ଚାପ ପଡିବା ପରେ ଶେଷରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO)ର ଟିମ୍ କରୋନାର ଉତ୍ପତ୍ତି ସ୍ଥଳ ଯାଞ୍ଚ ପାଇଁ ଚୀନ ଗସ୍ତ କରିଛନ୍ତି। ହେଲେ ଏବେ ଏକ ରିପୋର୍ଟରୁ ଖୁଲାସା ହୋଇଛି ଯେ ଡବ୍ଲ୍ୟୁଏଚଓର ଟିମ୍ ଚୀନର ସନ୍ଦିଗ୍ଧ ଲ୍ୟାବ୍ ଗସ୍ତ କରିବ ନାହିଁ, ଯେଉଁ ଲ୍ୟାବ୍ ଅନେକ ମାସ ଧରି ସନ୍ଦେହ ଏବଂ ପ୍ରଶ୍ନ ଘେରରେ ରହି ଆସିଛି। independent.co.ukର ରିପୋର୍ଟ ଅନୁଯାୟୀ, ଡବ୍ଲ୍ୟୁଏଚଓର ଦୁଇ ଜଣିଆ ଟିମ୍ ଉହାନର ଲ୍ୟାବ୍ ଯାଞ୍ଚ କରିବେ ନାହିଁ, ଯେଉଁଠୁ କରୋନା ଭୂତାଣୁ ବ୍ୟାପିଥିବା ଅଭିଯୋଗ ହୋଇ ଆସୁଛି । ଚୀନର କହିବା ଅନୁଯାୟୀ, କରୋନା ଭୂତାଣୁ ଉହାନର ଜଙ୍ଗଲି ଜୀବଜନ୍ତୁ ବଜାରରୁ ବ୍ୟାପିଛି । ମାତ୍ର ଆମେରିକା ସହିତ ଅନେକ ବିଶେଷଜ୍ଞଙ୍କ ଅନୁସାରେ କରୋନା ଭୂତାଣୁ ଉହାନର ସନ୍ଦିଗ୍ଧ ଭାୟରୋଲୋଜି ଲ୍ୟାବ୍ରୁ ଲିକ୍ ହୋଇଛି । ଚୀନ ମିଡିଆର ରିପୋର୍ଟରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ଉହାନ ଲ୍ୟାବ୍ରେ ଅନେକ ପ୍ରକାରର ଭାଇରସ୍ ମହଜୁଦ କରି ରଖାଯାଇଥିଲା । ଅନ୍ୟପକ୍ଷେ ଡବ୍ଲ୍ୟୁଏଚଓର ଟିମ୍ ଭାଇରସ୍ର ଉତ୍ପତ୍ତି ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଚୀନ ଗସ୍ତ କରିଛନ୍ତି। ମାତ୍ର ଟିମ୍ କେବଳ ଜଙ୍ଗଲୀ ଜନ୍ତୁଠୁ କରୋନା ଭୂତାଣୁ ବ୍ୟାପିଛି କି ନାହିଁ ତାର ଯାଞ୍ଚ କରିବେ।