No Result
View All Result
୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :-> ଭୁବନ ରେ ଗତ ୨୮ ତାରିଖ ଶନିବାର ଠାରୁ ବିଭିନ୍ନ ପୂଜା ପ୍ରତିଷ୍ଠାନ ରେ ଜଗଜ୍ଜନନୀ ମା ଲକ୍ଷ୍ମୀ ଙ୍କ ପୂଜା ହେଉଥିବା ବେଳେ ଗତ କାଲି ଠାରୁ ପର୍ଯ୍ୟାୟ କ୍ରମେ ମା ଲକ୍ଷ୍ମୀ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତକାଲି ରବିବାର ସର୍ବ ପ୍ରଥମେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ,ନୂଆ ବଜାର ,ଲକ୍ଷ୍ମୀ ବଜାର, ବଜିଛକ ତରଫରୁ ଭସାଣି ଯାତ୍ରା ଆରମ୍ଭ ହୋଇଥିଲା ।
ଆଜି ସୋମବାର ଅପରାହ୍ନ ରେ ଅରାସାହି ,ବଉଳ ଛକ,ଅରବିନ୍ଦ ମାର୍ଗ ଓ ଲଟାବିଲ ତରଫରୁ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ମ୍ୟୁଜିଜ୍ ଗ୍ରୁପ୍,ଭାଙ୍ଗଡା ବାଜା,ଲୋକ ନୃତ୍ୟ,ବାଘ ନାଚ ସାଙ୍ଗକୁ ମୁଖ୍ୟ ଆକର୍ଷଣ ସାଜିଥିଲା ଅଘୋରି ନୃତ୍ୟ । ବିଭିନ୍ନ ସାହି ଓ ଛକ ମାନଙ୍କରେ ମା ଲକ୍ଷ୍ମୀ ଙ୍କୁ ମହିଳା ମାନେ ବନ୍ଦାପନା କରିଥିଲେ ।
ସମସ୍ତ ମେଢ଼ ନୂଆ ବଜାର,ଗୁଜୁରୀ ହାଟ, ଦୁର୍ଗା ଛକ,ଲକ୍ଷ୍ମୀ ଛକ,ବଣିଆ ସାହି,ବ୍ରାହ୍ମଣୀ ଦେବୀ ଛକ,ବାଜି ଛକ ଦେଇ ସହର ପରିକ୍ରମା କରିଥିଲା।ବାଜା ବାଣ ରୋଷଣୀରେ ଅଶ୍ରୁଳ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିଥିଲେ ଭୁବନବାସୀ । ପ୍ରଥମ ଦିନ ନୁଆ ବଜାର ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଓ ଦ୍ଵିତୀୟ ଦିନ ଅରା ସାହି ସଭାପତି ହୃଦାନନ୍ଦ ବେହେରା ଙ୍କ ନେତୃତ୍ୱ ଏବଂ ଭୁବନ ଥାନା ପୋଲିସ ଙ୍କ ତତ୍ତ୍ଵାବଧାନରେ ଭସାଣୀ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା ।
No Result
View All Result