୦୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଜଙ୍କିଆ :-> ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଇଲାକାରେ ବେଆଇନ ଭାବେ ମାଙ୍କଡ଼ା ପଥରର ଚୋରାଚାଲାଣ ଚାଲିଥିବା ବେଳେ ଯାହାକୁ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ହାନି ଘଟୁଥିବାରୁ ଜଙ୍କିଆ ପୋଲିସ ଏହାକୁ ସ୍ଵତନ୍ତ୍ର ଦୃଷ୍ଟିରଖିଛି ।

ଉକ୍ତ ଥାନା ଅନ୍ତର୍ଗତ ଅଞ୍ଚଳର ବେଆଇନ ଖଣି ଖନନ ଓ ମାଙ୍କଡ଼ା ପଥରର ଚୋରାଚାଲାଣ ହେଉଥିବା ଖବର ପାଇ ଜଙ୍କିଆ ପୋଲିସ୍ ଚଢ଼ାଉ କରିଥିଲା ।

ମଳିପଡା ଓଏମ୍ ସି ପ୍ରକଳ୍ପ ପଛ ପଟୁ ଦୁଇଟି ମାଙ୍କଡ଼ା ପଥର ବୋଝେଇ ଦୁଇଟି ଟ୍ରକ ଜବତ କରାଯାଇଛି । ଜଣେ ଡ଼୍ରାଇଭର ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି । ସେହିପରି ଟାଙ୍କୋଳ ଅଞ୍ଚକ୍ରୁ ବେଆଇନ ବାଲି ବୋଝେଇ ଟ୍ରାକ୍ଟର କୁ ସିକୋ ଫାଣ୍ଡି ପୋଲିସ ଜବତ କରିଛି ।















