No Result
View All Result

୦୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଜମିବାଡିକୁ କେନ୍ଦ୍ର କରି ସାନଭାଇ ବଡ଼ ଭାଇକୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗରେ , କଟକସଦର ପୋଲିସ ସାନ ଭାଇକୁ ଗିରଫ କରିଛି । ଗିରଫ ସାନ ଭାଇ ପାଖରୁ ପୋଲିସ ଏକ ଏୟାର ପିସ୍ତଲ ଏବଂ ଗୋଟିଏ ଗୁଳି ଜବତ କରିଛି । ଗିରଫ ସାନ ଭାଇ ହେଲେ କଟକ ସଦର ଥାନା ଅନ୍ତର୍ଗତ ବାଙ୍କେଶ୍ଵର ଗ୍ରାମର ରଞ୍ଜିତ ଜେନା । ରଞ୍ଜିତକୁ ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ରଞ୍ଜିତ ଜେନା ଓ ସଂଗ୍ରାମ କେଶରୀ ଜେନା ଦୁଇ ଭାଇ ଅଟନ୍ତି ।

ଗତ କିଛି ବର୍ଷ ହେବ ଦୁଇ ଭାଇଙ୍କ ମଧ୍ୟରେ ଜମି ବାଡ଼ିକୁ କେନ୍ଦ୍ର କରି ଗଣ୍ଡଗୋଳ ଲାଗି ରହିଥିଲା। ବଡ ଭାଇ ସଂଗ୍ରାମ କେଶରୀ ଜେନା , ପୂର୍ବରୁ ସାନ ଭାଇ ରଞ୍ଜିତ ଜେନାଙ୍କ ନାମରେ ସଦର ଥାନାରେ ବହୁ ଅଭିଯୋଗ କରିଥିଲେ । ଏନେଇ ପୋଲିସ ୪ ଟି ମାମଲା ରଞ୍ଜିତ ଜେନାଙ୍କ ନାମରେ ରୁଜୁ କରିଥିଲା । ଗତ କାଲି ରବିବାର ଦିନ ରଞ୍ଜିତ ବିନ ଭୋଇ ନାମକ ଜଣେ ବ୍ୟକ୍ତିକୁ ଡାକି ତାଙ୍କ ରିଜିମାଇଲ ଜାଗାରେ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳିବା ପାଇଁ କହିଥିଲେ। କିନ୍ତୁ ଗଛ ରେ ନଡ଼ିଆ ପରିବର୍ତ୍ତେ ପଇଡ ଦେଖିବାକୁ ପାଇଥିଲେ ।

ଗଛରୁ ବଡ ଭାଇ ସଂଗ୍ରାମ ସବୁ ନଡ଼ିଆ ତୋଳି ନେଇ ଯାଇଛି ବୋଲି ରଞ୍ଜିତ ଭାବି କ୍ରୋଧିତ ହୋଇ ଏକ ଏୟାର ପିସ୍ତଲ ପକେଟରୁ ବାହାର କରି ବଡ ଭାଇ ସଂଗ୍ରାମଙ୍କ ମୁଣ୍ଡରେ ଲଗାଇ, ଜୀବନରେ ମାରିଦେବା ପାଇଁ ଧମକ ଦେବା ସହ ସମସ୍ତ ପରିବାରକୁ ମାରିଦେବା କୁ ଧମକ ଦେଇଥିଲେ। ଏନେଇ ସଂଗ୍ରାମ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ରଞ୍ଜିତକୁ କୋର୍ଟ ଚାଲାଣ କରିଛି।

No Result
View All Result