ଧର୍ମପରାୟଣ ମହିଳା ଲଷ୍ମୀପ୍ରିୟା ବେହେରାଙ୍କ ପରଲୋକ

୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ସମ୍ବଲପୁର :-> ଵିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଙ୍କ ଭାଉଜ ତଥା ତାଙ୍କ ବଡ ଭାଇ ବାବୁଲାଲ ବେହେରାଙ୍କ ଧର୍ମପତ୍ନୀ ସ୍ଥାନୀୟ ଧନକଉଡ଼ା ନିବାସୀ ଲଷ୍ମୀପ୍ରିୟା ବେହେରା (୬୫)ଙ୍କ ମଙ୍ଗଳବାର ରାତ୍ର ଘ.୧୧ ଟା ୩୩ ମି. ସମୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି I ଗତ ୨ ମାସ ରୁ ଉର୍ଦ୍ଧ ହେବ ଲଷ୍ମୀପ୍ରିୟା ବହୁବିଧ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ I ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ନିଷ୍କପଟ, ପରୋପକାରୀ, ସହୃଦୟ ଗୃହିଣୀ ଏବଂ ଜଣେ ଧର୍ମପରାୟଣ ମହିଳା ଥିଲେ I

ସମ୍ବଲପୁର ରାଜଘାଟରେ ଆଜି ସକାଳେ ଶେଷକୃତ୍ୟ ସମ୍ପର୍ଣ ହୋଇଥିବା ବେଳେ ଏକ ମାତ୍ର ପୁଅ ଦେବାଶିଷ ମୁଖାଗ୍ନି ଦେଇଥିଲେ I ତାଙ୍କ ପରଲୋକରେ ଆତ୍ମୀୟ ସ୍ୱଜନ, ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି I ଏକ ମାତ୍ର ଝିଅ ଇପ୍ସିତା ଙ୍କ ସମେତ ୫ ଭାଇ ବାବୁଲାଲ, ମୋତିଲାଲ, ଲାଲମୋହନ, ଦିପକଲାଲ ଏବଂ ହୀରାଲାଲ, ପୁତ୍ରବଧୂ କନକଲତା, ସନ୍ଧ୍ୟା, ମମତା, ନାତି,ନାତୁଣୀ ତଥା ପରିବାର ବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ I ତାଙ୍କ ବିୟୋଗ ଖବର ପାଇ ସମ୍ବଲପୁର ବିଜେଡି ପୂର୍ବତନ ଜ଼ିଲ୍ଲା ସଭାପତି ଡ଼ଃ ପ୍ରମୋଦ ରଥ, ଅଶୋକ ସେନାପତି,

ସମ୍ବଲପୁର ମହାନଗର ନିଗମ ବିଜେଡି ସଭାପତି ସତୀଶ ବିଶି, ଗୋକୁଳ ମେହେର, ମହମ୍ମଦ ସନାଉଲ୍ଲା, ପ୍ରଫୁଲ୍ଲ ଦାଶ, ସାମ୍ବାଦିକ ସୁଧାଂଶୁ ଶେଖର ମହାରଣା, ସରୋଜ ସାହୁ, ଜ଼ିଲ୍ଲା ବାରିକ ସମାଜ ର କର୍ମକର୍ତ୍ତା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ଲଷ୍ମୀପ୍ରିୟା ଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ, ପୂର୍ବତନ ବିଧାୟିକା ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି I