No Result
View All Result
୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ବ୍ଲକ ଓ ନଗର କଂଗ୍ରେସ କମିଟି ମିଳିତ ବୈଠକ ରଣପୁର ଶିମିଳି ଠାକୁରାଣୀ ପୀଠରେ ବ୍ଲକ କଂଗ୍ରେସ କମିଟି ସଭାପତି ଶତ୍ରୁଘନ ପାଇକରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଆଗାମୀଦିନରେ ପଞ୍ଚାୟତ ଓ ବୁଥ ସ୍ତରରେ ସଂଗଠନକ କୁ ମଜବୁତ କରିବା ସହ ଆସନ୍ତା 9ତାରିଖରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟନାୟକ ଙ୍କ ଆହ୍ୱାନ କ୍ରମେ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ଵାରା ଖୋଲିବା, ରତ୍ନଭଣ୍ଡାର ଗଣତି ମଣଟି, ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱରା ଅଧିଗ୍ରହଣ ହୋଇଥିବା ଜଗନ୍ନାଥ ଅମୃତ ମଣହି ଜମି ଓ ଚାଷୀ ଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବା ଦାବିରେ କଂଗ୍ରେସ ଦଳପକ୍ଷରୁ ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଂକୀର୍ତନ ସତ୍ୟାଗ୍ରହ କରାଯିବ ଏବଂ ରଣପୁର ଅଂଚଳରେ ଜଳସେଚନ ଅଭାବରୁ ଆସର୍ଣ ମରୁଡି ଦେଖାଦେଲାଣି ରଣପୁର ଅଂଚଳକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଗଣବିକ୍ଷବ ପାଈଁ ନିଷ୍ପତି ନିଆଗଲା l

ଏହି ବୈଠକ ରେ ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ଯୋଗଦେଇ ରଣପୁର ରେ ଜଳସେଚନ ଓ କ୍ଷୀଦ୍ର ଜଳସେଚନ ବିଭାଗ ର ସ୍ଥାଣୁତା ପାଈଁ ରଣପୁର ଅଂଚଳରେ ଥିବା ଜଳସେଚନ ପକଳ୍ପ ଗୁଡିକ ପୋତି ହୋଇଗଲାଣି ବିଭାଗ ଏହାର ପୁର୍ନର ଉଦ୍ଧାର କାର୍ଯ୍ୟ କରୁନାହାନ୍ତି l ପୁର୍ନର ଉଦ୍ଧାର ପାଈଁ ଆସୁଥିବା ଅର୍ଥ କୁ ବାଟମାରଣା କରୁଛନ୍ତି l ନବୀନସରକାର ଙ୍କ ନିର୍ବାଚନ ଘୋଷଣା ପ୍ରତ୍ୟେକ ବ୍ଲକ ରେ 35ଭାଗ ଚାଷ ଜମିକୁ ଜଳସେଚନ ଘୋଷଣା ଧର୍ମକୁ ଆଖିଠାର l ସ୍ଥାନୀୟ ବିଧାୟକ ତାଙ୍କ କାର୍ଯ୍ୟକାଳ ମଦ୍ୟରେ ଚାଷୀ ଙ୍କ ଉର୍ନତି ପାଈଁ କୌଣସି ନୂତନ ଜଳସେଚନ ବ୍ୟବସ୍ଥା କରିନାହାନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ସତ୍ୟରଞ୍ଜନ ମତ୍ତା, ଧୂର୍ବଚରଣ ପରିଡା, ଭିକାରି ପାତାଳ ସିଂ, ପ୍ରକାଶ ଚନ୍ଦ୍ର ନାୟକ, ଉମେଶ ଚନ୍ଦ୍ର ସାହୁ, ମୀର ଆବୁବାକର ସିଦକି,ସୁଦର୍ଶନ ପ୍ରଧାନ,ଅନିଲ ଛୁଆଳ ସିଂହ,ଶରତ ଦାଶ, ପ୍ରସନ ସାମନ୍ତରାୟ ପଞ୍ଚୁ ମାଝୀ, ମାନସ ମହାପାତ୍ର, ଭାସ୍କର ବେହେରା ଅନିଲ ପରିଡା,ହୃଦାନନ୍ଦ କାଣ୍ଡି,ସୁଜିତ ସାହୁ,ସାରଦା ପ୍ରଶ୍ନ ସୁବୁଦ୍ଧି, ଭରତ ପ୍ରଧାନ,ଦେବଦତ୍ତ ବେହେରା, କୃଷ୍ଣ ସେଠି, ନିହାର ଦାଶ, ସୁବାଷ ମହାନ୍ତି,ସୁରେଶ ମହାରଣା, ସୁବ୍ରତ ଦଲାଇ ପ୍ରମୁଖ ଶତାଧିକ କଂଗ୍ରେସ କର୍ମ କର୍ତା ବିଭିନ୍ନ ପଞ୍ଚଯାତରୁ ଯୋଗଦେଇଥିଲେ l

No Result
View All Result