୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୁଇଜଣ ଡ଼ାକ୍ତରଙ୍କୁ ଯଥାକ୍ରମେ ଡଃ ଵୁଦ୍ଧିକେଶ୍ବର ମାଝୀ ଏବଂ ଡଃ ଷ୍ଟିପର ରାଇତା ପିଜି ପାଠ୍ୟକ୍ରମ ପଢ଼ିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କୁ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଥିଲା ।
ଡଃ ଵୁଦ୍ଧିକେଶ୍ବର ମାଝୀ ନିଶ୍ଚେତକ ବିଭାଗରେ ଏବଂ ଡଃ ଷ୍ଟିପର ରାଇତା ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ ଅଧ୍ୟୟନ କରିବେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବର୍ତ୍ତମାନର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ସୋମ୍ୟକାନ୍ତ ବେହେରା ଅଧ୍ୟକ୍ଷତାରେ ସଭା ଆୟୋଜିତ କରାଯାଇଥିଲା । ଏହି ଅବସରରେ ଡଃ ଅମ୍ଲାନ ପ୍ରଧାନ, ଡଃ ସୋଭାଗ୍ୟ ଦାସ,
ଡଃ ପ୍ରଦ୍ୟୁମ୍ନ ଗୋଚ୍ଛୀ, ବିପିଏମ୍ ମହାନନ୍ଦ ମିସ୍ତ୍ରୀ,ପିଏଚଇଓ ନବୀନ ଚନ୍ଦ୍ର ସମରଥ, ବିଡିଏମ୍ ସୁରଜ୍ କୁମାର ଦେ, ବାମ୍ ବିଚିତ୍ର ଦାସ, ଫାର୍ମାସିଷ୍ଟ ଆଶ୍ଵିନ କୁମାର ବିଷୋୟୀ ନିଜ ନିଜର ଅଭିଭାଷଣ ରଖିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ ସୁକାନ୍ତ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।