No Result
View All Result
୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରେଳ ଜେନେରାଲ ମ୍ୟାନେଜର ଶ୍ରୀ ଅନୀଲ ଢ଼କୁମାର ମିଶ୍ର ଜୀ ଦକ୍ଷିଣ-ପୂର୍ବ ରେଳବାଇ ଏବଂ ଶ୍ରୀ ରାଠୋର ଡିଆରଏମ ଚକ୍ରଧରପୁର ଏବଂ ସମଗ୍ର ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ ଦଳ ସହିତ ବାଦାମପାହାଡ ରେଳ ଷ୍ଟେସନରେ ସକାଳୁ ପହଞ୍ଚି ଷ୍ଟେସନ ପରିସରକୁ ନିରୀକ୍ଷଣ ଓ ଯାଞ୍ଚ କରିଥିଲେ ଏବଂ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ଓ ତଦାରଖ କରିଥିଲେ। ନୂତନ ଭାବରେ ଘୋଷିତ ତିନୋଟି ଟ୍ରେନର ଶୁଭାରମ୍ଭ କାର୍ଯ୍ୟ ସ୍ଥଳକୁ ନିରୀକ୍ଷଣ କରିଥିଲେ ।

ଏହି ଅବସରରେ ରାଇରଙ୍ଗପୁର ଷ୍ଟେସନ ଠରେ ପୂର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୁର୍ତ୍ତିଙ୍କୁ ସ୍ୱାଗତ କରି ଦାବିପତ୍ର ପ୍ରଦାନ କରିଥିଲେ ଏବଂ ବିଶେଷ କରି ବାଦାମପାହାଡରୁ ସକାଳୁ ସମଯ:-06ଠାରେ ପ୍ରସ୍ତାବିତ ଟ୍ରେନ ଚାଳୁ କରିବା ଏବଂ ଟାଟାନଗରରୁ ସନ୍ଧ୍ୟାରେ ସମୟ:-08 ଘଟିକା ସୁଦ୍ଧା ଟ୍ରେନକୁ ବାଦାମପହାଡ଼ ଫେରାଇବା ଆଣିବା ପାଇଁ ଦାବି ଜଣାଇଥିଲେ ଏବଂ ନୁତନ ଭାବରେ ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସିଧାସଳଖ ରାଜଧାନୀ ଏକ୍ସପ୍ରେସ ଚଳାଇବା ଏବଂ ବାଦାମପାହାଡରୁ କେନ୍ଦୁଝରଗଢ଼ ଷ୍ଟେସନ ପର୍ୟ୍ଯନ୍ତ ସଞ୍ୟୋଗୀକରଣ ଏବଂ ଗୋରୁମାହିଷାଣୀ ପର୍ଯ୍ୟନ୍ତ ରେଳ ଲାଇନକୁ ସଂଯୋଗ କରିବାକୁ ଦାବି କରାଯାଇଥିଲା ।

ଏହା ସହିତ ବାଦାମପହାଡ଼ ଟର୍ମିନାଲ ଷ୍ଟେସନର ସବୁ- ସୁବିଧା ସହିତ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ (PRS-Counter) ବାଦାମପାହାଡ ଷ୍ଟେସନରେ ଶୁଭାରମ୍ଭ କରିବା, ସହିତ ଆଉ୍ଁଲାଜୋଡି ଷ୍ଟେସନରେ ମଧ୍ୟ PRS- କାଉଣ୍ଟର ଚାଳୁ କରିବା ପାଇଁ ଦାବି କରିଥିଲେ । ଏହା ସହିତ ବହଲଦା ରୋଡ ଏବଂ ଆମଲାଜୋଡି ଷ୍ଟେସନ ମଧ୍ୟରେ ଟାଙ୍ଗରଜୋଡା ପାସେଞ୍ଜର ହଲ୍ଟ ଷ୍ଟେସନ ଶୁଭାରମ୍ଭ କରିବା ପାଇଁ ଦାବି କରିଥିଲେ | ଏହି ଅବସରରେ ଜେନେରଲ ମ୍ୟାନେଜର ଶ୍ରୀ ଅନିଲ କୁମାର ମିଶ୍ର ଜୀ ତିନୋଟି ନୂତନ ଟ୍ରେନର ଶୁଭାରମ୍ଭ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ ।

ସପ୍ତାହିକ ବାଦାମପାହାଡରୁ ଶାଲିମାର କୋଲକାତା ପର୍ଯ୍ୟନ୍ତ, ସାପ୍ତାହିକ ବାଦାମପାହାଡରୁ ରାଉରକେଲା ପର୍ଯ୍ୟନ୍ତ ଏବଂ ବାଦାମପାହାଡରୁ ଟାଟାନଗର ପର୍ଯ୍ୟନ୍ତ ଦୈନିକ ଟ୍ରେନ ଚଳାଚଳ ପାଇଁ ଜଣାଇଥିଲେ । ଆଗାମୀ ଦିନରେ ବାଦାମପହାଡ଼।ସେକ୍ଶନ ରେ ଆହୁରି ଅଧିକ ଗୁରୁତ୍ୱ ଦେବା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ପୁର୍ବତନ ବିଧାୟକ ଶ୍ରୀ ପୂର୍ତ୍ତି ରେଳ ବିଭାଗ ଏବଂ ଭାରତ ସରକାରଙ୍କୁ ବାଦାମପାହାଡରୁ ନୂତନ ଟ୍ରେନ୍ ଚଳାଚଳ ଉପହାର ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ ଏବଂ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଜଣାଇଥିଲେ।

No Result
View All Result