ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) ଭୁବନେଶ୍ୱର :- ଚାଇନାର କ୍ୟାମ ସ୍କାନର ଭଳି ଲଂଚ ହେଲା ଭାରତ ସ୍କାନର । ଫଳରେ ଭାରତସ୍କାନର ଆପକୁ ବ୍ୟବହାର କରି ଆପଣ ଆପଣଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ସ୍କାନ କରିପାରିବେ । ଏଥିସହିତ ଏହି ଆପକୁ ବ୍ୟବହାର କରି ଅନେକ ଫାଇଲକୁ ପିଡିଏଫରେ ମଧ୍ୟ ଆପଣ କନଭର୍ଟ କରିପାରିବେ ।
ଭାରତ ସ୍କାନରର ଆଧିକାରୀକ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଏଥିରେ ଥିବା ଆପଣଙ୍କର ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ । ଏହି ଆପ କେବଳ ଆପଣଙ୍କ ଫୋନରେ ଆପଣଙ୍କ ତଥ୍ୟ ରଖିଥାଏ । ଏଥିସହିତ ଏହି ସ୍ୱଦେଶୀ ।ପରେ ଅଟୋ ଏଜ କ୍ରିପିଂ ଭଳି ଫିଚର୍ସ ମଧ୍ୟ ଦିଆଯାଇଛି । ବଡ ହେଉଛି, ଭାରତ ସ୍କାନର ଆପଟି ପୂରା ମାଗଣା ଏବଂ ଏହି ଆପଟିକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଅତି ସହଜରେ ଡାଉନଲୋଡ ମଧ୍ୟ କରିପାରିବେ ।