ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) ପାରଳଖେମୁଣ୍ଡି :- ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମର ଜଣେ ରୋଗୀ କୋଭିଡ଼ ଟେଷ୍ଟ ପାଇଁ ମେଡ଼ିକାଲ ଯାଇ ସ୍ୱାବ୍ ସେମ୍ପୁଲ୍ ଦେଇ ଘରକୁ ଫେରିବା ବେଳକୁ ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ଜଣା ପଡ଼ିଛି ଯେ ନାରାୟଣପୁର ଗ୍ରାମର ଯୋଗେସ୍ୱର ବେବର୍ତା (୫୦) ପ୍ରାୟ ଦଶ ଦିନ ହେବ ଅଜଣା ଜ୍ବରରେ ପଡ଼ିଥିଲେ । ତାଙ୍କ ଘରକୁ ଯାଇ ସ୍ବାସ୍ଥ୍ୟ ଟିମ ମ୍ୟାଲେରିଆ ପରୀକ୍ଷା କରିଥିଲେ କିନ୍ତୁ ତାହା ନେଗେଟିଭ ବାହାରି ଥିଲା ବୋଲି ଜଣା ପଡ଼ିଛି ।
ଏହାପରେ ୯ ତାରିଖ ଦିନ ନାରାୟଣ ପୁର କୁ କୋଣ୍ଟେନମେଣ୍ଟ ଯୋନ୍ ଘୋଷଣା କରିବା ପରେ ୧୦ ତାରିଖ ଦିନ ଡାକ୍ତରୀ ଦଳ ତରଫରୁ ଘରକୁ ଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ ଓ ତାଙ୍କର କରୋନା ଲକ୍ଷଣ ସନ୍ଦେହ ହେବାରୁ ତାଙ୍କର ସ୍ୱାବ୍ ପରୀକ୍ଷା ପାଇ ଜିଲା ପ୍ରଶାସନ କୁ ସୁପାରିଶ କରିଥିଲେ । ଏଥିସହ ସେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଯାଇଥିବାରୁ ସେଠାରେ ମଧ୍ୟ ଡାକ୍ତର କରୋନା ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ । ରବିବାର ସେ କୋଭିଡ଼ ମେଡ଼ିକାଲ ଯାଇ ପରୀକ୍ଷା ନିମନ୍ତେ ସ୍ୱାବ୍ ସେମ୍ପୁଲ୍ ଦେଇ ଘରକୁ ଫେରିବା ବେଳକୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶବକୁ ଘରକୁ ଆଣି ସାମାଜିକ ଦୂରତା ବଜାୟ ରଖି ଅଳ୍ପ ଲୋକଙ୍କ ଉପସ୍ଥିତ ରେ ସବସତ୍କାରକରିଥିବଜଣାପଡିଛି । (ପାରଳଖେମୁଣ୍ଡି /ଗରୁଡ଼ ଧ୍ଵଜ ଚୌଧୁରୀ)