ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) କଟକ ଆଠଗଡ଼ :- କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକୃଷ୍ଣ ପୁର ପଞ୍ଚାୟତର ମୁଷୁଳିଆ ଗାଁରେ ମଦ୍ୟପ ପୁଅର ଛୁରା ମାଡ଼ରେ ବାପାର ମୃତ୍ୟୁ ହୋଇଛି, ଘରୋଇ କଳିରୁ ଏଭଳି ନୃଶଂସ ହତ୍ୟା କାଣ୍ଡ ଘଟିଛି, ନିଜ ରକ୍ତ ରକ୍ତକୁ ଭୁଲି ଯାଇ ଘଟାଇଛି ଏଭଳି ନୃଶଂସ କାଣ୍ଡ, ଏହି ଗାଁ ର ମଦ୍ୟପ ମନୋଜ ପୂର୍ତ୍ତି ଘରୋଇ କଳିକୁ ନେଇ ମଦ୍ୟପାନ କରି ଛୁରାରେ ବାପା ନାଥ ପୁର୍ତ୍ତିକୁ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଛି , ସାନଭାଇ ଯୋଗେନ୍ଦ୍ର ପୂର୍ତ୍ତି ବାପାକୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛି ।
ଖବର ପାଇଁ ଘଟଣା ସ୍ଥଳରେ ଖୁଣ୍ଟୁଣୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରିଚି , ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ କରାଯିବାସହ ଅଭିଯୁକ୍ତ ମନୋଜ ପୂର୍ତ୍ତକୁ ଗିରଫକରିଛି । (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )