ବୁଦ୍ଧେଶ୍ୱର ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ – ୨୭ ରୁ ୨୯ ମହୋତ୍ସବ – ୨୩ ରୁ ଦୋଳି,ମିନା ବଜାର – ୨୫ ରୁ ପଲ୍ଲୀଶ୍ରୀ ମେଳା
୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :-> ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ବୁଦ୍ଧେଶ୍ୱର ମହୋତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଏଥି ନିମନ୍ତେ ଆଜି ଶୁକ୍ରବାର ଅପରାହ୍ନ ରେ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ଦିଲ୍ଲୀପ କୁମାର ଦାସ,ନିରଞ୍ଜନ ପୃଷ୍ଟି,ଦୁଷ୍ମନ୍ତ କୁମାର ପୃଷ୍ଟି,ସୁବ୍ରତ କୁମାର ସାହୁ,ନରେନ୍ଦ୍ର କୁମାର ସାହୁ,ଅଜୟ ସେଠୀ,ସୁଶାନ୍ତ ପୃଷ୍ଟି,ବିନୋଦ ମହାରଣା,ଲକ୍ଷ୍ମଣ ଦାସ,ଗୁରୁ ପ୍ରସାଦ ମିଶ୍ର, ଏନ୍ ଏ ସି କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ,କାଉନସିଲର ପପୁ କୁମାର ସାହୁ,ନରେନ୍ଦ୍ର କୁମାର ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଆସନ୍ତା ୨୩ ତାରିଖ ପଞ୍ଚୁକ ବ୍ରତ ଆରମ୍ଭ ଦିନ ଠାରୁ ଦୋଳି,ମିନା ବଜାର,ଯାତ୍ରା ଆରମ୍ଭ ହେବ,୨୫ ରୁ ୨୯ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ହେବ ଏବଂ କାର୍ତ୍ତିକ ପୂର୍ଣ୍ଣିମା ୨୭ ରୁ ୨୯ ତିନି ଦିନ ମହୋତ୍ସବ ଅନୁଷ୍ଠିତ ହେବାକୁ ପ୍ରସ୍ତୁତି ବୈଠକ ରେ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ମହୋତ୍ସବରେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,ଅର୍ଚ୍ଚିତା,ପ୍ରଜ୍ଞା,ଅଭିନେତା ସବ୍ୟସାଚୀ,ପପୁ ପମ ପମ ଯୋଗଦେବେ । ତେଣୁ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ଭୁବନ ବାସୀ ସମ୍ପୂର୍ଣ ସହଯୋଗ କରିବାକୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ନିବେଦନ କରିଥିଲେ ।