୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> କ୍ଲିନ୍ ଶିମିଳିପାଳ ଅଭିଯାନରେ ଶିମିଳିପାଳ ଅଭୟାରଣ୍ୟ କୁ ବନ୍ଧୁକ ଓ ଶିକାରୀ ମୁକ୍ତ କରିବାକୁ ଅଭୟାରଣ୍ୟ ସୁରକ୍ଷା ଦାୟିତ୍ବରେ ଥିବା ମୟୁରଭଞ୍ଜ ପୁଲିସକୁ ପୁଣି ଥରେ ସଫଳତା ମିଳିଛି ।
ଏଥର ସ୍କ୍ୱାର୍ଡ ହାତରେ ଲାଗିଛି ୭୧ ଟି ଦେଶୀ ବେଆଇନ ବନ୍ଧୁକ ସହିତ ଗୋଟିଏ ଛୋଟ ବନ୍ଧୁକ । ଖୁଣ୍ଟା ଥାନା ଅନ୍ତର୍ଗତ ଟୁଣୁକି ଓ ବଣିଆଵସା ଗାଁରେ ଶୁକ୍ରବାର ଅପରାହ୍ନରେ ଚଢାଉ କରି ଜଙ୍ଗଲରୁ ଏହି ବନ୍ଧୁକ ଜବତ କରିଥିବା ସୂଚନା ଦେଇଛନ୍ତି ଏସପି ବି ଗଙ୍ଗାଧର ।
ଖୁଣ୍ଟା ଥାନା ରେ ଏନେଇ ୨୫ ଭାରତୀୟ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ କେସ୍ ନଂ୨୧୨ ଓ ୨୧୩/୨୩ ଅଧାର ରେ ଅଜଣା ବ୍ୟକ୍ତି ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବାର ଏସ୍ ପି ବି ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।