No Result
View All Result
୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ବ୍ଲକ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ଯୋଗ ଦେଇଥିବା ବେଳେ ଅନ୍ତର୍ଜାତୀୟ ମାନବଧିକାର ରକ୍ଷକ ସଂଗଠନ ସଦସ୍ୟ’ଙ୍କ ପକ୍ଷରୁ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ସୂଚନା ଅନୁସାରେ ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି କରାଯାଉଥିବା ଜଣା ପଡିଛି। ତେବେ ପୂର୍ବରୁ ଏଠାରେ ଥିବା ବିଡିଓ ଓ ତହସିଲଦାର’ଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିବାବେଳେ ବହଳଦା ତହସିଲ କାର୍ଯ୍ୟାଳୟ ରେ ନୂତନ ତହସିଲଦାର ଭାବେ ଭକ୍ତବନ୍ଧୁ ପ୍ରଧାନ ଏବଂ ବହଳଦା ବ୍ଲକ ରେ ବହଳଦା ଉନ୍ନୟନ ଅଧିକାରୀ ଭାବେ ଶରତ କୁମାର ମଲ୍ଲୀକ ଯୋଗ ଦେଇଛନ୍ତି।
ତେବେ ଆଜି ଅନ୍ତର୍ଜାତୀୟ ମାନବଧିକାର ରକ୍ଷକ ସଂଗଠନ (ଆଇଏଚ୍ଆରଡି) ର ବହଳଦା ବ୍ଲକ ବୋର୍ଡ ସଭାପତି ପିତାମ୍ବର ମୁର୍ମୁ, ଗିଦିଘାଟୀ ଗ୍ରାମପଞ୍ଚାୟତ ବୋର୍ଡ ସଭାପତି ମୋହନ ମାହାଲି, ଭିତରାମଦା ଗ୍ରାମପଞ୍ଚାୟତ ବୋର୍ଡ ସଭାପତି ରାମସ୍ବରୁପ ଦେବଦତ୍ତ ଟୁଡୁ,
ସମାଜସେବୀ ସାଓ୍ବନା ହେମ୍ବ୍ରମ ଏବଂ ସମ୍ବାଦିକ ବସନ୍ତ କୁମାର ସାଣ୍ଡିଲ ପ୍ରମୁଖ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭକ୍ତବନ୍ଧୁ ପ୍ରଧାନ’ଙ୍କୁ ଏବଂ ବହଳଦା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲୀକ’ଙ୍କୁ ଫୁଲତୋଡା ଦେଇ ସ୍ବାଗତ ଜଣାଇବା ଓ ସମ୍ବର୍ଦ୍ଧନା ଜଣାଇଥିଲେ ।
No Result
View All Result