No Result
View All Result
୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବଡ଼ ମଣଦା ଗ୍ରାମର ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟ ରେ ଏକୁଟିଆ ରହୁଥିବା ମହିଳା ଜଣଙ୍କ ନିଆଁ ରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ବଡ଼ ମଣଦା ଗ୍ରାମର ୫୮ ବର୍ଷିୟା ସୁଵର୍ଣା ବାରିକ୍ ପିତା ଶଶିଧର ବାରିକ୍ ମଙ୍ଗଳବାର ରାତିରେ ଚୁଲି ପାଖରେ ରୋଷେଇ କାମ କରୁଥିବା ସମୟରେ କୌଣସି କାରଣରୁ ଚୁଲିରୁ ନିଆଁ ଆସି ଶାଢ଼ୀରେ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଥିଲା ।
ଆଜି ସକାଳେ ପଡୋଶୀ ଘର ଲୋକ ଆସି କବାଟ ଠକ ଠକ କଲେ ମଧ୍ୟ ସେ କବାଟ ଖୋଲି ନଥିଲା । ପରେ ପୋଲିସକୁ ଏବଂ ସୁଵର୍ଣାର ଆତ୍ମୀୟଙ୍କୁ ସ୍ଥାନୀୟ ଲୋକେ ଖବର ଦେବା ପରେ ସେମାନେ ଆସିଥିଲେ ଓ କବାଟ ଖୋଲା ଯାଇଥିଲା । ତେବେ ଚୁଲି ପାଖରେ ସୁଵର୍ଣା ପୋଡ଼ି ହୋଇ ମରିପଡିଥିବା ଦେଖିବାକୁ ମିଳିଥିଲା ।
ପରେ ମଣଦା ଫାଣ୍ଡି ଅଧିକାରୀ ବେହେରା ବାବୁ ମୃତକଙ୍କ ନାମରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମାମଲାକୁ ଆଧାର କରି ପୋଲିସ କେସ୍ ନମ୍ବର ୨୧/୨୩ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା ।
No Result
View All Result