୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଚଣ୍ଡେଶ୍ୱରରୁ ପରିଓରଡ଼ ରାସ୍ତା ପୁନଃରୁଦ୍ଧାର ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ଘଟଣା ସ୍ଥଳରେ ଉତ୍ତେଜନା । ଫଳରେ 5 ଟି ପଞ୍ଚାୟତକୁ ଯିବା ଆସିବା ସମ୍ପୂର୍ଣ ବନ୍ଦ ହୋଇ ଥିଲା । ସ୍କୁଲ କଲେଜ ଯିବା ଆସିବା ବନ୍ଦ ହୋଇ ଯାଇଛି ।
ରାସ୍ତା ତୁରନ୍ତ ପୁନଃରୁଦ୍ଧାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଘଟଣା ସ୍ଥଳକୁ ନ ଯିବାରୁ ଉତ୍ତେଜନା ଦେଖାଦେଇଛି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ଉନ୍ନତି ପାଇଁ ୨ କୋଟି ରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି ।
ହେଲେ ଠିକାଦାରଙ୍କ ମନୋମାନୀ ଯୋଗୁଁ ରାସ୍ତା କାମ ଶେଷ ହୋଇ ପାରୁନାହିଁ । ତେଣୁ ଲୋକେ ଭଙ୍ଗା ଗଢା ରାସ୍ତାରେ ଯା ଆସ କରି ଦୁର୍ଘଟଣା ର ଶିକାର ହେଉଛନ୍ତି । ତେଣୁ ଉକ୍ତ ଗାଁର ଶତାଧିକ ଲୋକେ ରାସ୍ତାକୁ ଅବରୋଧ କରିଥିଲେ । ତେବେ ସ୍ଥାନୀୟ ପ୍ରଶାସନ ବୁଝା ସୁଜା କରିବା ପରେ ରାସ୍ତାରେ ଚଳା ଚଲ ସ୍ୱାଭାବିକ ହୋଇଥିଲା ।














